କରୋନାରେ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲ ଅଧ୍ୟକ୍ଷ ବିଜୟ ସାହୁଙ୍କ ପରଲୋକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀର ସବୁଠି ଦାମୀ ସ୍କୁଲ ଭାବେ ପ୍ରତିଷ୍ଠିତ ଲାଭ କରିଥିବା ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ବିଜୟ ସାହୁଙ୍କ ଆଜି ପରଲୋକ ଘଟିଛି । ସେ କିଛି ଦିନ ତଳେ କରୋନାରେ ସଂକ୍ରମିତ ଥିଲେ। ଚିକିତ୍ସଧିନ ଅବସ୍ଥାରେ ଆଜି ତାଙ୍କର ପରଲୋକ ଘଟିଛି। କୋଭିଡରେ ସଂକ୍ରମଣ ପରେ ବିଜୟ ସାହୁ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ୫୭ ବର୍ଷ ବୟସରେ଼ ଡ଼କ୍ଟର ବିଜୟ କୁମାର ସାହୁ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରିଛନ୍ତି।