ପୂର୍ବତନ ମନ୍ତ୍ରୀ ସହରାଇ ଓରାମଙ୍କ ପରଲୋକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଚମ୍ପୁଆ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସହରାଇ ଓରାମଙ୍କ ଆଜି ପରଲୋକ ହୋଇଛି । ସେ ଦୀର୍ଘ ୫ ବର୍ଷ ହେବ ପକ୍ଷାଘାତ ରୋଗ ଯୋଗୁଁ ଶଯ୍ୟାଶାୟୀ ଥିଲେ । ଭଦ୍ରାସାହିସ୍ଥିତ ବାସ ଭବନରେ ଆଜି ତାଙ୍କର ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଆସନରୁ ୫ଥର ବିଧାୟକ ହୋଇଥିଲେ । ତାଙ୍କର ମୃତ୍ୟୁ ଚମ୍ପୁଆ ପାଇଁ ଏକ ବଡ଼ ଧରଣର କ୍ଷତି । ସ୍ୱଗର୍ତ ଓରାମ ୧୯୪୨ ମସିହା ଜାନୁଆରି ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଥିଲେ ସ୍ୱର୍ଗତ କହ୍ନେଇ ଓରାମ ଓ ପତ୍ନୀଙ୍କ ନାମ ଶାନ୍ତିଲତା ଓରାମ ।

ସେ ଜଣେ ଚାଷୀ ଥିଲେ । କ୍ଷୁଦ୍ର ଗଳ୍ପ ଲେଖିବାକୁ ଭଲ ପାଉଥିଲେ । ଅବସର ସମୟରେ ଗଛ ଲଗାଉଥିଲେ । ସେ ଥିଲେ ଜଣେ ଭଲ ସଂଗଠକ । ଆଦିବାସୀ ନୃତ୍ୟ, ଆଦିବାସୀ କଳାକୁ ଭଲ ପାଉଥିଲେ । ଏହାକୁ ପ୍ରୋତ୍ସାହନ ଦେବା ଦିଗରେ କାମ ମଧ୍ୟ କରୁଥିଲେ । ଅନାଥ, ଗରିବ ଲୋକଙ୍କୁ ଭଲ ପାଉଥିଲେ ।

Leave a comment