ପନ୍ତଙ୍କ ପ୍ରଶଂସାରେ ତେନ୍ଦୁଲକର

ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନରେ ନିଜର ବ୍ୟାଟିଂ ର କମାଲ ଦେଖାଇଛନ୍ତି ରିଷଭ ପନ୍ତ। ନିଜର ଦମଦାର ବ୍ୟାଟିଂ ଯୋଗେ ସମସ୍ତଙ୍କର ହୃଦୟ ଜିଣିପାରିଛନ୍ତି। ସେ ମାତ୍ର ୮୯ ବଲ୍ରେ ଶତକ କରିଥିଲେ। ଯାହା ଫଳରେ ଟିମ୍କୁ ସଙ୍କଟରୁ ବାହାର କରିଥିଲେ ପନ୍ତ। ତାଙ୍କର ଏହି ଧୂଆଁଧାର ବ୍ୟାଟିଂକୁ ଅନେକ ପ୍ରଶଂସା କରିଥିବାବେଳେ ଏଥିରୁ ବାଦ ପଡ଼ିବାହାନ୍ତି ମହାନ ଖେଳାଳି ସଚିନ ତେନ୍ଦୁଲକର। ସେ ପନ୍ତଙ୍କୁ ଟ୍ବିଟ୍ କରି ପ୍ରଶଂସା କରିଛନ୍ତି।
ପନ୍ତଙ୍କ ଧୂଆଁଧାର ବ୍ୟାଟିଂକୁ ମହାନ କ୍ରିକେଟର ସଚିନ୍ ତେନ୍ଦୁଲକର ନିଜ ଟ୍ବିଟରରେ ଲେଖିଛନ୍ତି, ସତରେ ଖୁବ୍ ଅଦ୍ଭୁତ ଇଂନିସ। ଏହାସହ ରବିନ୍ଦ୍ର ଜାଡେଜାଙ୍କୁ କହିଛନ୍ତି, ଖୁବ୍ ସୁନ୍ଦର, ରବିନ୍ଦ୍ର ଜାଡେଜାଙ୍କର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଇଂନିସ ରହିଛି।
ପ୍ରକାଶ ଯେ, ଗୋଟିଏ ସମୟରେ ଦଳ ୧୦୦ ରନ୍ରେ ୫ ଓ୍ବିକେଟ ହରାଇଥିବା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ସହ ମିଶି ପନ୍ତ ୬ ଓ୍ବିକେଟରେ ୨୨୨ରନ୍ର ବଡ ପାର୍ଟନରସିପ୍ କରିଥିଲେ। ଭାରତକୁ ପ୍ରଥମ ଦିନ ୩୦୦ ରନ୍ ପାର କରାଇବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା।