କୃଷକ ଆନ୍ଦୋଳନ: ବିଦେଶୀଙ୍କ ଟ୍ବିଟ୍‌ର ଏମିତି ଜବାବ ଦେଲେ ତେନ୍ଦୁଲକର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭାରତରେ ଜାରି ରହିଥିବା କୃଷକ ଆନ୍ଦୋଳନକୁ ନେଇ ପପ୍‌ ଷ୍ଟାର ରିହାନା ଟ୍ବିଟ୍‌ କରିବା ପରେ ଭାରତର ବହୁ ସେଲିବ୍ରିଟି ତାଙ୍କୁ କଡ଼ା ଜବାବ ଦେଉଛନ୍ତି। ଏହାରି ଭିତରେ ଭାରତର ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ବୁଧବାର ସୋସିଆଲ ମିଡିଆରେ କୃଷକ ଆନ୍ଦୋଳନରେ ବିଦେଶୀଙ୍କ ହସ୍ତକ୍ଷେପକୁ କଡ଼ା ଜବାବ ଦେଇଛନ୍ତି। ସେ ଲେଖିଛନ୍ତି, କୌଣସି ପରିସ୍ଥିତିରେ ଭାରତର ସାର୍ବଭୌମତ୍ବରେ ସାଲିସ କରାଯାଇପାରିବ ନାହିଁ। ଏଥିରୁ ବିଦେଶୀ ଶକ୍ତି ଦୂରେଇ ରହିବା ଦରକାର।

ସଚିନ ଲେଖିଛନ୍ତି, ‘ଭାରତୀୟ ଭାରତକୁ ଜାଣିଛନ୍ତି ଏବଂ ତାଙ୍କୁ ହିଁ ଭାରତ ପାଇଁ ନିଷ୍ପତ୍ତି ନେବାକୁ ପଡ଼ିବ। ଆସନ୍ତୁ ଏକ ରାଷ୍ଟ୍ର ଭାବେ ଏକଜୁଟ ହେବା।’ ସଚିନ ଶେଷରେ #IndiaTogether ଏବଂ #IndiaAgainstPropaganda ହାସଟ୍ୟାଗ୍‌ ଉଲ୍ଲେଖ କରିଛନ୍ତି।

Leave a comment