ତେନ୍ଦୁଲକରଙ୍କ ସୁରକ୍ଷା ପ୍ରତ୍ୟାହାର କଲେ ଉଦ୍ଧବ ସରକାର!

0

ମହାରାଷ୍ଟ୍ରର ଉଦ୍ଧବ ସରକାର ଭାରତ ରତ୍ନ ସଚିନ ତେନ୍ଦୁଲକରଙ୍କ ଏକ୍ସ କ୍ୟାଟାଗୋରୀ ସୁରକ୍ଷା ପ୍ରତ୍ୟାହାର କରିନେଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଉଦ୍ଦବ ଠାକରେଙ୍କ ବିଧାୟକ ପୁଅ ଆଦିତ୍ୟ ଠାକରେଙ୍କ ସୁରକ୍ଷା ଓ୍ୱାଇ ପ୍ଲସରୁ ବଢ଼ାଯାଇ ଜେଡ୍ କ୍ୟାଟାଗୋରୀକୁ କରାଯାଇଛି। ସେହିପରି ସମାଜସେବୀ ଆନ୍ନା ହଜାରେଙ୍କ ସୁରକ୍ଷା ବଢ଼ାଯାଇ ଜେଡ୍ ସୁରକ୍ଷା ଅନ୍ତର୍ଭକ୍ତ କରିଛନ୍ତି ସରକାର l ମହାରାଷ୍ଟ୍ର ପୁଲିସ ଅଧିକାରୀଙ୍କ ସୁଚନା ଅନୁଯାୟୀ ସଚିନଙ୍କ ସୁରକ୍ଷା ବ୍ୟବସ୍ଥା ଏକ୍ସ କ୍ୟାଟାଗୋରୀ ଅନ୍ତର୍ଭୁକ୍ତ ଥିଲା। ତାଙ୍କ ସହିତ ଜଣେ ପୁଲିସ କନେଷ୍ଚବଳ ଚବିଶ ଘଣ୍ଟା ରହୁଥିଲେ। ଏବେ ଏହି ସୁରକ୍ଷା ମହାରାଷ୍ଚ୍ର ସରକାର ପ୍ରତ୍ୟାହାର କରିଛନ୍ତି। ସଚିନଙ୍କ ବ୍ୟତୀତ ମହାରାଷ୍ଟ୍ରର ବିଜେପି ନେତା ଏକନାଥ ଖଡସେଙ୍କୁ ଓ୍ୱାଇ କ୍ୟାଟାଗୋରୀରେ ସୁରକ୍ଷା ଦିଆଯାଉଥିଲା। ଏଥିସହ ପୁଲିସ ଏସ୍କଟର ସୁବିଧା ରହିଥିଲା। ଏବେ ଏହି ଏସ୍କଟ ସୁବିଧା ହଟାଇଛନ୍ତି ଉଦ୍ଧବ ସରକାର। ଜଣେ ଆଇପିଏସ ଅଧିକାରୀଙ୍କ ସୂଚନା ଅନୁଯାୟୀ ସଚିନଙ୍କ ସୁରକ୍ଷା ପାଇଁ ସରକାର ପୁଲିସ ଏସ୍କଟର ସୁବିଧା ଦେଇପାରନ୍ତି l

Leave a comment