ଭୁବନେଶ୍ୱରରେ କିନ୍ନର ପାଳିଲେ ସାବିତ୍ରୀ ବ୍ରତ

0

(ଓଡ଼ିଶାଫାଷ୍ଟ ବ୍ୟୁରୋ): ଭୁବନେଶ୍ୱରରେ କିନ୍ନର ମାନଙ୍କ ପକ୍ଷରୁ ସାବିତ୍ରୀ ବ୍ରତ ପାଳନ କରାଯାଇଛି । ରାଜଧାନୀର ପଳାଶପଲ୍ଲୀ ନିକଟରେ ଥିବା ବରଗଛକୁ ପୂଜାର୍ଚ୍ଚନା କରିବା ସହ ବ୍ରତ ପାଳନ କରିଛନ୍ତି କିନ୍ନର ମାନେ । ହିନ୍ଦୁ ପରମ୍ପରା ଅନୁଯାୟୀ, ଧୂପ ଦୀପ ନୈବେଦ୍ୟ ଲାଗି କରି ସାବିତ୍ରୀ ବ୍ରତ ଅବସରରେ ନିଜର ଗୁରୁଙ୍କ ଦୀର୍ଘାୟୁ କାମନା କରିଛନ୍ତି କିନ୍ନରମାନେ । ଏଥିସହିତ ସାମାଜିକ ଦୂରତା ବଜାୟ ରଖିବା ସହ କରୋନା କଟକଣା ମଧ୍ୟରେ ସମସ୍ତ କିନ୍ନରମାନେ ଏହି ପୂଜାର୍ଚ୍ଚନା କରିଛନ୍ତି । କେବଳ ଗୁରୁ ନୁହନ୍ତି ସମସ୍ତ ପୁରୁଷ ସମାଜଙ୍କ ପାଇଁ କିନ୍ନରମାନେ ଦୀର୍ଘାୟୁ କାମନା କରିଥିବା କହିଛନ୍ତି କିନ୍ନର ମାନେ । ଉଲ୍ଲେଖଯୋଗ୍ୟ, ସାବିତ୍ରୀ ବ୍ରତ ଓଡ଼ିଶାର ସଧବା ନାରୀମାନଙ୍କ ଦ୍ୱାରା ପାଳିତ ହେଉଥିବା ଏକ ଓଷା । ସାବିତ୍ରୀ ଅମାବାସ୍ୟା ଦିନ ସଧବା ନାରୀ ମାନେ ନିଜ ନିଜ ସ୍ୱାମୀଙ୍କର ଦୀର୍ଘ ଆୟୁଷ ନିମନ୍ତେ ସେମାନଙ୍କର ମଙ୍ଗଳ ମନାସି ଥାନ୍ତି । ଏଥିସହିତ କିମ୍ବଦନ୍ତୀ ଅନୁଯାୟୀ ସଧବା ନାରୀ ମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ ଏ ଓଷା ପାଳନ କରିଥାନ୍ତି ।

Leave a comment