ସ୍ୱେଚ୍ଛାକୃତ ଅବସର ନେଲେ ପୁଲିସ ଡିଜିପି ଆର.ପି. ଶର୍ମା, ସୁନୀଲ ରୟ ହେଲେ ଇନଚାର୍ଜ ଡିଜିପି

ଓଡିଶା ଫାଷ୍ଟ(ବ୍ୟୁରୋ): ସ୍ୱେଚ୍ଛାକୃତ ଅବସର ନେବାକୁ ପୁଲିସ ଡିଜିପି ଆର.ପି. ଶର୍ମା ଆବେଦନ ପତ୍ର ଗ୍ରହଣ କଲେ ରାଜ୍ୟସରକାର । ଡାକ୍ତର ଆର.ପି. ଶର୍ମାଙ୍କ ନାଁ ଲୋକାୟୁକ୍ତ ସଦସ୍ୟ ଭାବେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଚୟନ କରିଛନ୍ତି ।
ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ପୁଲିସ ଡିଜିପି ଡାକ୍ତର ଆର.ପି. ଶର୍ମାଙ୍କ ନାଁ ଲୋକାୟୁକ୍ତ ସଦସ୍ୟ ଭାବେ ସୁପାରିଶ କରାଯାଇଥିଲା । ଯେଉଁଥିରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ମୋହର ଲଗାଇଛନ୍ତି । ତେଣୁ ଡାକ୍ତର ଶର୍ମା ପୁଲିସ ଡିଜି ପଦର ସ୍ୱେଚ୍ଛାକୃତ ଭାବେ ଅବସର ନେବାକୁ ଆବେଦନ କରିଥିଲେ । ଏହି ଆବେଦନ ପତ୍ରରେ ରାଜ୍ୟ ସରକାର ମୋହର ଲଗାଇଛନ୍ତି । ତେଣୁ ୧୯୮୭ ବ୍ୟାଚ ଆଇପିଏସ ଏବଂ ଗୁଇନ୍ଦା ବିଭାଗର ସ୍ପେଶାଲ ଡିଜି ସୁନୀଲ ରୟଙ୍କୁ ଇନଚାର୍ଜ ଡିଜି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ଖୁବଶୀଘ୍ର ଏହାକୁ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।