ଅଳ୍ପକେ ବର୍ତ୍ତିଲେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ

ସଡ଼କ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ରାଉରକେଲା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସାରଦା ପ୍ରସାଦ ନାୟକ । ରାଉରକେଲାରୁ ରାମ ନବମୀ କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଦଳୀୟ ମିଟିଙ୍ଗରେ ଯୋଗ ଦେବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । କାମାକ୍ଷାନଗର ଥାନା ୫୩ନଂ ଜାତୀୟ ରାଜପଥ ବାଉଁଶପାଳ ଛକ ନିକଟରେ ଏକ ହାଇୱା ଗାଡ଼ି ପଛପଟୁ ବିଧାୟକଙ୍କ ଫର୍ଚୁନର କାରକୁ ଧକ୍କା ଦେଇଥିଲା ।
ଫଳରେ କାରର ସମ୍ମୁଖ ଭାଗର ବାମପାର୍ଶ୍ଵଟି ଚୁରମାର ହୋଇଛି । କିନ୍ତୁ, ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବିଧାୟକ ଶ୍ରୀ ନାୟକଙ୍କ ସମେତ ଅନ୍ୟ ୩ଜଣ । ସ୍ଥାନୀୟ ଲୋକମାନେ ବିଧାୟକଙ୍କୁ ଗାଡ଼ିରୁ ଉଦ୍ଧାର କରିଥିଲେ । ସନ୍ଧ୍ୟା ୭ ଟାରେ ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଭୁବନେଶ୍ୱରରେ ଏକ ମିଟିଙ୍ଗ୍ ଥିବାରୁ ଅନ୍ୟ ଏକ କାର ଯୋଗେ ବିଧାୟକ ଭୁବନେଶ୍ୱର ଚାଲି ଯାଇଛନ୍ତି ।