ରୋଜ୍ ଡେର ମହତ୍ତ୍ଵ କଣ: ଜଣାନ୍ତୁ ଭିନ୍ନ ରଙ୍ଗର ଗୋଲାପ ର ଭାବନା

0

ଫେବୃଆରୀ ମାସ ୭ ତାରିଖ ରୁ ଭାଲେଣ୍ଟାଇନ୍ସ ୱିକ୍ ଆରମ୍ଭ ହୋଇ ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲି ଥାଏ । ଏହି ଦିନଟି ରୋଜ୍ ଡେ ରୁ ଆରମ୍ଭ ହୋଇ ଥାଏ । ଏହିଦିନ ସମସ୍ତେ ନିଜ ପାର୍ଟନର କୁ ଗୋଲାପ ଫୁଲ ଦେଇ ଅଭିବାଦନ କରି ଥାଆନ୍ତି । ଫେବୃଆରୀ ୭ ତାରିଖ ଦିନ ବଜାରରେ ବିଭିନ୍ନ ରଙ୍ଗର ଗୋଲାପ ଫୁଲ ର ସମ୍ଭାର ଦେଖା ଯାଇଥାଏ । ରୋଜ୍ ଡେ ଦିନଟି କୁ ନିଜ ସାଥୀ କୁ ପ୍ରେମ ସମ୍ଭାଷଣ ଜଣାଇବା ପାଇଁ ଉପଯୁକ୍ତ ଦିନ ଅଟେ । କାହିଁକି ରୋଜ୍ ଡେ ପାଳନ କରାଯାଏ –ରୋଜ୍ ଡେ ଦିନ ସମସ୍ତେ ନିଜ ସାଥୀ ମାନଙ୍କୁ ଗୋଲାପ ଦେଇ ପ୍ରେମ ନିବେଦନ କରି ଥାଆନ୍ତି ।
କଣ ରହିଛି ଏହାର ଇତିହାସ ?

ଗୋଲାପ ଫୁଲ ନିଜ ମନର ଭାବନା ପ୍ରକାଶ କରିବାର ପ୍ରତୀକ ଅଟେ । କୁହାଯାଏ ଯେ ମୋଗଲ୍ ବେଗମ୍ ନୂରଜାହା ଙ୍କୁ ଗୋଲାପ ଫୁଲ ଖୁବ୍ ପସନ୍ଦ ଥିଲା । ନୂରଜାହା ଙ୍କୁ ଖୁସି କରିବା ପାଇଁ ତାଙ୍କ ସ୍ବାମୀ ଜାହାଙ୍ଗୀର ପ୍ରତିଦିନ ତାଙ୍କ ନିକଟକୁ ଗୋଲାପ ଫୁଲ ପଠାଉ ଥିଲେ । ଯାହା ଦ୍ଵାରା ସେ ଜାହାଙ୍ଗୀର ଙ୍କ ପ୍ରେମର ଭାବକୁ ବୁଝି ପାରୁ ଥିଲେ । ଆଜି ଆସନ୍ତୁ ଜାଣିବା କେଉଁ ରଙ୍ଗର ଗୋଲାପ ର ଭାବନା କଣ –

* ନାଲି ଗୋଲାପ – ନାଲି ରଙ୍ଗର ଗୋଲାପ ସୁଚେଇ ଥାଏ ପ୍ରେମ, ଭାବନା , କୁ ବୁଝାଏ । ଆପଣ ଏହାକୁ ଦେଇ ନିଜ ସାଥିକୁ ବୁଝାଇବେ ଯେ ଆପଣ ତାଙ୍କୁ କେତେ ପ୍ରେମ କରନ୍ତି ।

* ହଳଦିଆ ଗୋଲାପ – ହଳଦିଆ ଗୋଲାପ ବନ୍ଧୁତାର ପ୍ରତୀକ । ଯଦି ଆପଣ ନିଜ ବନ୍ଧୁତ୍ୱ କୁ ଅଧିକ ମଧୁର କରିବାକୁ ଚାହୁଁଛନ୍ତି ତେବେ ନିଜ ବନ୍ଧୁ ଙ୍କୁ ହଳଦିଆ ଗୋଲାପ ଦିଅନ୍ତୁ ।

* ଧଳା ଗୋଲାପ – ଧଳା ଗୋଲାପ ସେହି ସମୟରେ ଦିଆ ଯାଇଥାଏ ଯେତେବେଳେ ଆପଣ ନିଜ ଶତ୍ରୁତାକୁ ବନ୍ଧୁତା ରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । କାରଣ ଏହା ଶାନ୍ତି ର ପ୍ରତୀକ ଅଟେ ।

* ଗୋଲାପୀ ଗୋଲାପ – ଭାଲେଣ୍ଟାଇନ୍ସ ଡେ କେବଳ ପ୍ରେମିକ ପ୍ରେମିକା ଙ୍କ ପାଇଁ ନୁହେଁ । ଏହି ଦିନଟି ହେଉଛି ମଧ୍ୟ ପିତାମାତା ଓ କାହାକୁ ଧନ୍ୟବାଦ୍ କହିବା ପାଇଁ ମଧ୍ୟ ପିଙ୍କ୍ ଗୋଲାପ ଦିଆଯାଏ ।

* ହଳଦିଆ ଗୋଲାପ – ଏହି ରଙ୍ଗର ଗୋଲାପ ମନର ଇଚ୍ଛା, ଭାବନା,ଉତ୍ସାହ କୁ ଦର୍ଶାଇ ଥାଏ । ତେଣୁ ଏହି ଗୋଲାପ ଆପଣ ନିଜ ପାର୍ଟନର କୁ ଦେବା ସହ ଯାହାକୁ ଚାହିଁବେ ଦେଇ ପାରିବେ ।

Leave a comment