ରୋହିତ ପୂଜାରୀ ହେଲେ ଶାସକ ଦଳର ଉପ ମୁଖ୍ୟ ସଚେତସକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରେଢାଖୋଲ ବିଧାୟକ ରୋହିତ ପୂଜାରୀ ହେଲେ ଶାସକ ଦଳର ଉପ-ମୁଖ୍ୟ ସଚେତସକ । ପୂର୍ବରୁ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଏହି ଦାୟିତ୍ୱ ତୁଲାଉଥିଲେ ।
ସୂଚନା ଅନୁଯାୟୀ, ରୋହିତ ପୂଜାରୀ ଗତ ବିଧାନସଭାରେ ମଧ୍ୟ ସରକାରୀ ଦଳ ଉପ-ମୁଖ୍ୟସଚେତକ ଭାବେ ଦାୟିତ୍ୱ ତୁଲାଉଥିଲେ । ଚଳିତ ନିର୍ବାଚନ ପରେ ଯାଜପୁର ଜିଲ୍ଲାର ପ୍ରମିଳା ମଲ୍ଲିକ ଶାସକ ଦଳ ମୁଖ୍ୟ ସଚେତକ ଓ ପ୍ରଣବ ବଳବନ୍ତରାୟ ଉପ-ମୁଖ୍ୟ ସଚେତକ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ । ଆଗକୁ ବିଜେପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ରୋହିତଙ୍କୁ ଏହି ପଦରେ ଥଇଥାନ କରାଯାଇଥିବା ଚର୍ଚ୍ଚା ଜୋର ଧରିଛି ।
ନୂତନ ଦାୟିତ୍ୱ ପ୍ରଦାନ କରାଯିବା ପରେ ରୋହିତ ପୂଜାରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋ ଉପରେ ପୁଣି ବିଶ୍ୱାସ କରି ଏଭଳି ଗୁରୁଦାୟିତ୍ୱ ଦେଇଥିବାରୁ ମୋର କୃତଜ୍ଞତା ଜଣାଉଛି । ମୋତେ ଯେତେବେଳେ ଯେଉଁ ଦାୟିତ୍ୱ ଦେବେ ମୁଖ୍ୟମନ୍ତ୍ରୀ ତାହାକୁ ନିଷ୍ଠାର ସହ ତୁଲାଇବି । ଏହାସହ ବିଜେପୁର ଉପ-ନିର୍ବାଚନକୁ ନେଇ ମଧ୍ୟ ରୋହିତ କହିଛନ୍ତି କି, ବିଜେପୁର ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନମଣ୍ଡଳୀ , ତେଣୁ ସେଠାରେ ବିଜେଡି ଯଥେଷ୍ଟ ପରିମାଣରେ ବିଜୟ ହାସଲ କରିବ ।