କ୍ରିକେଟକୁ ବାଏ ବାଏ କହିଲେ ଉଥାପ୍ପା

ପାଖାପାଖି ୨୦ ବର୍ଷ ଧରି ସକ୍ରିୟ ଥିବା ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ବ୍ୟାଟ୍ସମ୍ୟାନ୍ ରବିନ୍ ଉଥାପ୍ପା ସନ୍ନ୍ୟାସ ଘୋଷଣା କରିଛନ୍ତି । ସେ କ୍ରିକେଟ୍ର ସମସ୍ତ ଫର୍ମାଟ୍ରୁ ଅବସର ନେଇ ନିଜ ପରିବାର ସଦସ୍ୟଙ୍କ ସହ ଅଧିକ ସମୟ କାଟିବେ ଓ ଜୀବନର ଏକ ନୂଆ ପର୍ଯ୍ୟାୟ ଆରମ୍ଭ କରିବେ ବୋଲି କହିଛନ୍ତି ।
୩୬ ବର୍ଷୀୟ ଉଥାପ୍ପା ଭାରତ ପାଇଁ ଅନ୍ତର୍ଜାତୀୟ ସ୍ତରରେ ୫୯ଟି ମ୍ୟାଚ୍ ଖେଳିଛନ୍ତି । ଏଥି ମଧ୍ୟରେ ୪୬ଟି ଦିନିକିଆ ଓ ୧୩ଟି ଟି-୨୦ ରହିଛି । ଏହି ସଂଖ୍ୟକ ମ୍ୟାଚ୍ରେ ଉଥାପ୍ପା ୧୧୮୩ ରନ୍ କରିଛନ୍ତି । ସେ ୨୦୦୭ରେ ଟି-୨୦ ବିଶ୍ୱକପ୍ର ଉଦ୍ଘାଟନୀ ସଂସ୍କରଣରେ ଭାରତୀୟ ଦଳ ପକ୍ଷରୁ ଇନିଂସ ଆରମ୍ଭ କରିଥିଲେ ।