ରବର୍ଟ ଭଦ୍ରା ଓ ତାଙ୍କ ମା’ଙ୍କୁ ଇଡ଼ିର ଜେରା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣେଇ ତଥା ବିଜନେସ୍‌ ମ୍ୟାନ୍‌ ରବର୍ଟ ଭଦ୍ରାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ପୂର୍ବରୁ ବିଦେଶରେ ବେଆଇନ ଜମି କିଣିବା ମାମଲାରେ ରବର୍ଟକୁ ଇଡ଼ି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଦୁଇ ଥର ଜେରା କରିଥିବା ବେଳେ ଆଜି ରବର୍ଟ ଓ ତାଙ୍କ ମା’ ମୌରୀନ ଭଦ୍ରାଙ୍କୁ ଇଡ଼ି ଜେରା କରିଛି । ରବର୍ଟ ଓ ତାଙ୍କ ମା’ଙ୍କୁ ଜୟପୁର ଇଡ଼ି ଅଫିସରେ ୧୧ଜଣ ଅଧିକାରୀ ପଚରାଉଚୁରା କରିଥିଲେ । ବିକାନେରରେ ସ୍କାଏଲାଇଟ ହସ୍ପିଟାଲିଟି କମ୍ପାନୀ ପାଇଁ କିଣା ଯାଇଥିବା ବେଳେ ଜଣେ ଡ୍ରାଇଭରଙ୍କ ନାମରେ ଏହାର ପାଓ୍ବାର ଅଫ୍‌ ଆଟର୍ଣ୍ଣି ତିଆରି କରାଯାଇଥିଲା । ତେବେ ଜେଣ ଡ୍ରାଇଭରଙ୍କ ପାଖରେ ଏତେଗୁଡ଼େ ଟଙ୍କା କେଉଁଠୁ ଆସିଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରବର୍ଟ ଓ ତାଙ୍କ ମା’ଙ୍କୁ ଆଜି ଇଡ଼ି ଜେରା କରିବାକୁ ରାଜସ୍ଥାନ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ସୂଚନାଥାଉ କି, ଗତକାଲି ପ୍ରିୟଙ୍କା ଜୟପୁର ଯାଇ ରବର୍ଟଙ୍କୁ ଭେଟିଥିଲେ ।

Leave a comment