୩୦ ରୁ ୪୦ ମିନିଟ ଭିତରେ ବ୍ୟାଙ୍କ ରେ ବୁଲାଇଲେ କଳାକନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦିନ ଦିପହରରେ ରାଉରକେଲାରେ ଘଟିଛି ବଡ଼ ଧରଣର ଡକାୟତି। ୮ଜଣ ଦୁର୍ବୃତ୍ତ ବନ୍ଧୁଙ୍କ ଦେଖାଇ ବ୍ୟାଙ୍କରୁ ୪୪ଲକ୍ଷ ଲୁଟି ନେଇଛନ୍ତି। ମ୍ୟାନେଜର ଓ କର୍ମଚାରୀଙ୍କୁ ମାଡ ମାରି ଟଙ୍କା ଲୁଟି ନେବା ସହ ସିସିଟିଭି ହାର୍ଡ ଡିସ୍କ ମଧ୍ୟ ଦୁର୍ବୃତ୍ତ ଭାଙ୍ଗିନେଇଛନ୍ତି । ଏ ନେଇ ବ୍ୟଙ୍କ କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଘଟଣା କ୍ରମେ

ମଙ୍ଗଳବାର ସକାଳ ସାଢ଼େ ୯ଟା ସୁଦ୍ଧା ବ୍ୟାଙ୍କର ପିଅନ, ଡେପୁଟି ମ୍ୟାନେଜର ଜୟନାରାୟଣ ସୋହେଲ ଓ ସିନିୟର ମ୍ୟାନେଜର ବିଜୟ କୁମାର ଆଇନ୍ଦ ବ୍ୟାଙ୍କ ଖୋଲି ଭିତରକୁ ପଶିଥିଲେ। କିଛି ସମୟ ପରେ ୩ଜଣ ଡକାୟତ ହେଲମେଟ୍ ପିନ୍ଧି ହାତରେ ପିସ୍ତଲ ଧରି ବ୍ୟଙ୍କ ଭିତରେ ପଶିଥିଲେ। ସେମାନେ ୩ ଜଣ ବ୍ୟଙ୍କ କର୍ମଚାରୀଙ୍କୁ ମାଡ଼ ମାରି ବ୍ୟାଙ୍କ ଲକର ଚାବି ମାଗିଥିଲେ। ଡେପୁଟି ମ୍ୟାଜେନର ଲକର ଚାବି ଦେଇଦେବାରୁ ଡକାୟତମାନେ ଲକର ଖୋଲି ସେଥିରେ ଥିବା ୪୪ ଲକ୍ଷ ଟଙ୍କା ଏକ ବ୍ୟାଗରେ ଭର୍ତ୍ତି କରି ନେଇଥିଲେ। ଏହି ସମୟରେ ବ୍ୟାଙ୍କକୁ ଗ୍ରାହକମାନେ ଆସିଯିବାରୁ ବାହାରେ ଅପେକ୍ଷା କରିଥିବା ଅନ୍ୟ ୫ ଜଣ ଡକାୟତ ମଧ୍ଯ ଭିତରେ ପଶି ସମସ୍ତ ଗ୍ରାହକ ଓ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ରେକର୍ଡ ରୁମରେ ପୁରାଇ ଦେଇ ବାହାର ପଟୁ କବାଟ ବନ୍ଦ କରି ଦେଇଥିଲେ। ଟଙ୍କା ଲୁଟ କରି ନେଇ ଯିବା ବେଳେ ଡକାୟତମାନେ ବ୍ୟାଙ୍କରେ ଲାଗିଥିବା ସିସିଟିଭିର ହାର୍ଡ ଡିସ୍କ ନେଇ ପଳାଇଥିଲେ। ବ୍ୟାଙ୍କ କର୍ତ୍ତୃପକ୍ଷ ଏ ନେଇ ପୋଲିସକୁ ଜଣାଇବା ପରେ ପୋଲିସ କର୍ମଚାରୀଙ୍କ ସହ ଏସପି ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି।

Leave a comment