ତାଳଦଣ୍ଡା କେନାଲ୍ ରାସ୍ତା ଓ ଏସ୍ସିବି ମେଡ଼ିକାଲ୍ କଲେଜ, ପୁନର୍ବିକାଶ କାର୍ଯ୍ୟର ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତାଳଦଣ୍ଡା କେନାଲ୍ ରାସ୍ତା ଓ ଏସ୍ସିବି ମେଡ଼ିକାଲ୍ କଲେଜର ପୁନର୍ବିକାଶ କାର୍ଯ୍ୟ ଲକ୍ ଡାଉନ୍ ଯୋଗୁଁ ବନ୍ଦ ରହିଥିବାବେଳେ ବର୍ତ୍ତମାନ ଏହାକୁ ତ୍ୱରାନ୍ୱିତ କରାଯିବାକୁ ନେଇ ଆଜି କଟକ ସ୍ପେଶାଲ୍ ସର୍କିଟ ହାଉସ୍ଠାରେ ସମୀକ୍ଷା ବୈଠକ ବସିଥିଲା । ଏହି ବୈଠକରେ ପୂର୍ତ୍ତ ସଚିବ ଡକ୍ଟର କ୍ରିଷ୍ଣ କୁମାରଙ୍କ ସହ କଟକ ଜିଲ୍ଲାପାଳ, କଟକ କମିଶନର, ସିଏମ୍ସି, ସିଟିସି, ଏସ୍.ଇ.(ଆର୍ ଆଣ୍ଡ୍ ବି), କଟକ ସର୍କଲ ଓ ପରିଚାଳକ ଯନ୍ତ୍ରୀ, (ଆର ଆଣ୍ଡ ବି) ଡିଭିଜନ-୧, ସିଟିସି ପ୍ରମୁଖ ଉପସ୍ଥିତି ଥିଲେ ।
କଟକ ଏସ୍ସିବି ମେଡିକାଲ କଲେଜ ପୁନର୍ବିକାଶ ପାଇଁ:
୧) ଏସ୍ସିବି ମେଡିକାଲ୍ କଲେଜ ପରିସରରେ ଥିବା ସମସ୍ତ କାର୍ଯ୍ୟାଳୟ, ଜଳସେଚନ ଏବଂ ମତ୍ସ୍ୟ ପାଳନ ବିଭାଗର ସମସ୍ତ ଆବାସିକ ଗୃହଗୁଡ଼ିକର ସ୍ଥାନାନ୍ତରଣ ପ୍ରକ୍ରିୟା ଏହି ମାସ ଭିତରେ ଶେଷ କରାଯିବ । ଏ ସମ୍ପର୍କିତ ବିବାଦଗୁଡ଼ିକର ସମାଧାନ ପାଇଁ କେନ୍ଦ୍ରାଞ୍ଚଳ ଆରଡ଼ିସିଙ୍କୁ ଦାୟିତ୍ୱ ଦିଆଯାଇଛି ।
୨) ସୁଇପର୍ ଏବଂ ବେହେରା ସାହି କଲୋନୀ ବାସିନ୍ଦାମାନଙ୍କୁ ନିକଟରେ ଥିବା ସରକାରୀ ଜାଗାରେ ଥଇଥାନ କରାଯିବ ।
୩) ୫ଟି ବେସରକାରୀ ଜମିର ଅଧିଗ୍ରହଣ ସଂପର୍କିତ ପ୍ରସ୍ତାବକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଯଥାଶୀଘ୍ର ପଠାଯାଇ ପରିକଳ୍ପିତ ମୂଲ୍ୟ ବାଦ୍ ଆବଶ୍ୟକ ପାଣ୍ଠି ମଞ୍ଜୁର କରାଯିବ ।
ତାଳଦଣ୍ଡା କେନାଲ୍ ରୋଡ୍
୧) ତାଳଦଣ୍ଡା କେନାଲ୍ ର ଡାହାଣ ପାଶ୍ୱର୍ରେ ଥିବା ବିଦୁ୍ୟତ ସରଞ୍ଜାମଗୁଡ଼ିକୁ ତୁରନ୍ତ ସ୍ଥାନାନ୍ତର କରାଯିବ ।
୨) ତାଳଦଣ୍ଡା ଆରଏଚଏସ୍ ରେ ଆସୁଥିବା ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ର ପାଚେରୀର ସ୍ଥାନାନ୍ତର କାର୍ଯ୍ୟରେ ଥିବା ସମସ୍ୟାକୁ ଜୁନ୍ ୧୫ ସୁଦ୍ଧା ସମାଧାନ କରାଯିବ । ଏଥିପାଇଁ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି ।
୩) ତାଳଦଣ୍ଡା ପରିସୀମାରେ ଥିବା ସମସ୍ତ ଜବରଦଖଲକୁ ତୁରନ୍ତ ଉଚ୍ଛେଦ କରାଯିବ ।
୪) ଡିଟିଇଟି ବିଲଡିଂ ଭଙ୍ଗା କାର୍ଯ୍ୟ ଜୁନ୍ ୧୫ ସୁଦ୍ଧା ସରିବ । ଅନ୍ୟାନ୍ୟ ଜମି ବିବାଦର ବି ସମାଧାନ କରାଯିବ ।
୫) ତାଳଦଣ୍ଡା ଆରଏଚଏସ ଉପରେ ୩ଟି ପୋଲ୍ ର ପେଣ୍ଡିଂ ଥିବା ଡିଜାଇନ୍ ପ୍ଲାନ୍ ଜୁନ୍ ୯ ସୁଦ୍ଧା ସମ୍ପୂର୍ଣ୍ଣ ହେବ ।
୬) ତାଳଦଣ୍ଡା କେନାଲ୍ ରୋଡ୍ ଏବଂ ରିଙ୍ଗ୍ ରୋଡ୍ ରେ ସଂଯୋଗ ସ୍ଥଳର ଉନ୍ନତିକରଣ ଯୋଜନା ତୁରନ୍ତ ସରିବ ।
୭) ତାଳଦଣ୍ଡା ଏଲ୍ଏଚ୍ଏସ୍ ଠାରୁ ବିଟି ଲେଭଲ୍ ପର୍ଯ୍ୟନ୍ତ ବେସାମରିକ କାର୍ଯ୍ୟଗୁଡ଼ିକ ୧୫ଜୁନ୍ ପୂର୍ବରୁ ଶେଷ କରାଯିବ ।
୮) ତାଳଦଣ୍ଡା ଆର୍ଏଚ୍ଏସ୍ ର ବିଟି ଲେଭଲ୍ ପର୍ଯ୍ୟନ୍ତ ବେସାମରିକ କାର୍ଯ୍ୟକୁ ୩୦ଜୁନ୍ ପୂର୍ବରୁ ସମାପ୍ତ କରାଯିବ ।