ପିକଅପକୁ ପିଟିଲା ଟ୍ରକ- ୪ ମୃତ, ୬ଗୁରୁତର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସୁବର୍ଣ୍ଣପୁର ସମ୍ବଲପୁର ରାସ୍ତାର ମେଟାକାନୀ ଛକରେ ସଡକ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୬ଜଣ ଗୁରୁତର ହୋଇଛନ୍ତି। ବିବାହ କାର୍ଯ୍ୟକ୍ରମରେ ବ୍ୟାଣ୍ଡ ପାର୍ଟି ବଜାଇବା ପାଇଁ ଯାଉଥିବା ଏକ ପିକଅପ ଭ୍ୟାନକୁ ଟ୍ରକ ଧକା ଦେଇଥିଲା। ସେହିପରି ୬ ଜଣଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଉଲୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲା ।

ପରେ ସେମାନଙ୍କୁ ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

Leave a comment