ପୁଣି ରୀତା ସାହୁ ହେଲେ ବିଜେପୁର ବିଜେଡି ପ୍ରାର୍ଥୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା କରିଛି । ପୁନର୍ବାର ରୀତା ସାହୁଙ୍କ ଉପରେ ବିଜେଡି ସୁପ୍ରିମୋ ନିଜ ଆସ୍ଥା ପ୍ରକଟ କରିଛନ୍ତି । ପୂର୍ବରୁ ବିଜେପୁର ର ପ୍ରାର୍ଥୀ ଦୌଡ଼ରେ ରୀତା ସାହୁଙ୍କ ନାମ ଆଗରେ ଥିଲା ।

ସୂଚନା ଅନୁଯାୟୀ, ବିଜେପୁର ର ପ୍ରାର୍ଥୀ ଦୌଡ଼ରେ ରୀତା ସାହୁଙ୍କ ନାମ ଆଗରେ ଥିବା ବେଳେ ପୂର୍ବତନ ସାଂସଦ ପ୍ରଭାସ ସିଂ, ଏପିକଲ ଅଧ୍ୟକ୍ଷ ପ୍ରଭାତ ଆଦିତ୍ୟ ମିଶ୍ର ମଧ୍ୟ ଏହି ଦୌଡ଼ରେ ସାମିଲ ଥିଲେ ।
ବିଜେଡି ପକ୍ଷରୁ ବିଜେପୁର ଦାୟିତ୍ୱ ପାଇଥିବା ୪ନେତା ସଞ୍ଜୟ ଦାସବର୍ମା, ନିରଞ୍ଜନ ପୂଜାରୀ, କଲିକେଶ ସିଂଦେଓ ଏବଂ ସୁଶାନ୍ତ ସିଂଙ୍କ ସହ ବିଚାର ବିମର୍ଷ ପରେ ରୀତାଙ୍କ ନାଁରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୋହର ମାରିଛନ୍ତି ।

Leave a comment