ବିଜେପୁର ଉପନିର୍ବାଚନ ଦୌଡ଼ରେ ରୀତା, ପ୍ରଭାସ ଓ ପ୍ରଭାତ, ଆଜି ବୈଠକ ନିଆଯିବ ନିଷ୍ପତ୍ତି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ବିଜେପୁର ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ତେଣୁ ଶାସକ ଦଳର ପ୍ରାର୍ଥୀକୁ ନେଇ ଆଜି ବୈଠକରେ ନିଷ୍ପତ୍ତି ନିଆଯିବ । ବିଜେଡି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏକାଧିକ ସମ୍ଭାବ୍ୟ ନାମ ଉପରେ ଆଲୋଚନା ହେବ ।
ସେହିପରି ବିଜେଡି ପକ୍ଷରୁ ବିଜେପୁର ଦାୟିତ୍ୱ ପାଇଥିବା ୪ନେତା ସଞ୍ଜୟ ଦାସବର୍ମା, ନିରଞ୍ଜନ ପୂଜାରୀ, କଲିକେଶ ସିଂଦେଓ ଏବଂ ସୁଶାନ୍ତ ସିଂଙ୍କ ନେତୃତ୍ୱରେ କେଉଁସନେ ବିଜେପୁର ଦାୟିତ୍ୱରେ ରହିବେ ସେନେଇ ଆଲୋଚନା କରାଯିବ । ବିଜେପୁର ର ପ୍ରାର୍ଥୀ ଦୌଡ଼ରେ ରୀତା ସାହୁଙ୍କ ନାମ ଆଗରେ ଥିବା ବେଳେ ଅନେକ ନେତାଙ୍କ ନାମ ମଧ୍ୟ ଏହି ଦୌଡ଼ରେ ସାମିଲ ଅଛି । କାରଣ ବିଶେଷ ସୂତ୍ରରୁ ବିଜେଡି ସର୍ଭେ ଅନୁଯାୟୀ ରୀତାଙ୍କ ସ୍ଥିତି ବିଜେପୁରରେ ସେତେ ଭଲ ନାହିଁ ତେଣୁ ଅନ୍ୟ ମାନଙ୍କ ମଧ୍ୟରୁ ପ୍ରାର୍ଥୀ ଚୟନ କରାଯିବା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ରୀତାଙ୍କ ବ୍ୟତୀତ ଏହି ଦୌଡ଼ରେ ପୂର୍ବତନ ସାଂସଦ ପ୍ରଭାସ ସିଂ, ଏପିକଲ ଅଧ୍ୟକ୍ଷ ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେବ ।