ଏଣିକି ଏଟିଏମରୁ ମିଳିବ ଚାଉଳ

0

ଏଣିକି ଏଟିଏମରୁ ମିଳିବ ଚାଉଳ । ଏଥିପାଇଁ ରାଜ୍ୟ ସରକାର ଅଲ ଟାଇମ ଗ୍ରେନ ବ୍ୟବସ୍ଥା କରୁଛନ୍ତି । ୨୪ ଘଣ୍ଟା ମିଳିବ ରାସନ । ପାଇଲଟ ପ୍ରକଳ୍ପ ଭାବେ ଭୁବନେଶ୍ୱରରୁ ଆରମ୍ଭ ହେବ । ଖାଦ୍ୟ ଯୋଗାଣ ବିଭାଗର ୧୨୦୫ କୋଟି ୨୯ ଲକ୍ଷ ୪୯ ହଜାର ଟଙ୍କା ହୋଇଥିବା ବେଳେ ସମବାୟ ବିଭାଗର ୧୯୪୧ କୋଟି ୧୪ ଲକ୍ଷ ୧୫ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି।

ବିଧାନସଭାରେ ଖର୍ଚ୍ଚ ଦାବି ଆଲୋଚନା ବେଳେ ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ସେହିପରି ବିନା ସୁଧରେ ଚାଷୀଙ୍କୁ ମିଳିବ ଋଣ । ଏହାଦ୍ୱାରା ରାଜ୍ୟର ସମସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ ।

ଦିନକୁ ଦିନ ଏହି ବ୍ୟବସ୍ଥାକୁ ଅଧିକ ସରଳୀକାରଣ କରାଯାଉଛି। ଖାଦ୍ୟ ଓ ଶ୍ୟସ ରହୁଥିବା ଗୋଦାମ ଗୃହକୁ ଅଟୋ ମେସନ କରିବା ସହିତ କି ଗୁଣାତ୍ମକ ଯୁକ୍ତ ଶଷ୍ୟ ପହଞ୍ଚିବ ସରକାର ବ୍ୟବସ୍ଥା କରୁଛନ୍ତି। ଏଣିକି ଏଟିଏମରୁ ଟଙ୍କା ବାହାରିବା ଭଳି ଶସ୍ୟ ମିଳିବ। ସେଥିପାଇଁ ରାଜ୍ୟ ସରକାର ଅଲଟାଇମ ଗ୍ରେନ ବ୍ୟବସ୍ଥା କରାଯାଉଛି।

Leave a comment