ଓଡ଼ିଆ ପୁଅ ପି.କେ. ମିଶ୍ରଙ୍କୁ ପୁନଃ ନିଯୁକ୍ତି

ପୁଣି ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ହେଲେ ଅଜିତ୍ ଡୋଭାଲ୍

0

ପଦ ବଜାୟ ରଖିଲେ ବରିଷ୍ଠ ପ୍ରଶାସକ ପ୍ରମୋଦ କୁମାର ମିଶ୍ର । ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରମୁଖ ସଚିବ ଭାବରେ ପଦ ବଜାୟ ରଖିଛନ୍ତି ପି.କେ. ମିଶ୍ର । ଗୁଜୁରାଟ କ୍ୟାଡର ପୂର୍ବତନ ଆଇଏଏସ ଓଡିଆ ପୁଅ ହେଉଛନ୍ତି ପି.କେ. ମିଶ୍ର । ଓଡିଆ ପୁଅ ତଥା ଅବସରପ୍ରାପ୍ତ ଆଇଏଏସ୍ ଅଫିସର ପିକେ ମିଶ୍ରଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ମିଳିଛି ।

ସେହିପରି ପୁଣି ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ହେଲେ ଅଜିତ୍ ଡୋଭାଲ୍ । ଏଥିସହ ଲଗାତାର ୩ୟ ଥର ପାଇଁ ଅଜିତ୍ ଡୋଭାଲ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ହେଇଛନ୍ତି । ବର୍ଷ ୨୦୧୪ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଅଜିତ୍ ଡୋଭାଲଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା କରାଯାଇଥିଲା । ଏହାପରେ ୨୦୧୯ରେ ତାଙ୍କ କାର୍ଯ୍ୟକାଳ ଅପରିବର୍ତ୍ତିତ ରହିଥିଲା ।

Leave a comment