ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ; ୪୪ ମୃତ

0

ବାଂଲାଦେଶ ରାଜଧାନୀରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଢାକାର ଏକ ରେଷ୍ଟୁରାଣ୍ଟରେ ଲାଗିଥିବା ଏହି ଅଗ୍ନିକାଣ୍ଡରେ ୪୪ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ୨୨ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଗୁୁରୁବାର ସଂଧ୍ୟାରେ ଢାକାସ୍ଥିକ ଏକ ସାତ ମହଲା ବିଶିଷ୍ଟ ହୋଟେଲରେ ଅଗ୍ନିକାଣ୍ଡ ଘଟି ଅତି କମ୍‌ରେ ୪୪ଜଣଙ୍କର ମୃତ୍ୟୁ ଘଟିଛି ।

ଏହାବ୍ୟତୀତ ଅନେକ ଲୋକ ଆହତ ବି ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ବାଂଲାଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ସାମନ୍ତ ଲାଲ ସେନ ଢାକା ମେଡିକାଲ କଲେଜ ହସପିଟାଲ ଏବଂ ଅଗ୍ନିକାଣ୍ଡ ଘଟିଥିବା ଡାକ୍ତରଖାନା ପରିଦର୍ଶନ କରିବା ପରେ ଏଏଫ୍‌ପିକୁ ଏହି ସୂଚନା ଦେଇଛନ୍ତି । ସେନ୍ କହିଛନ୍ତି ଯେ ସହରର ଅଗ୍ନିକାଣ୍ଡ ଘଟିଥିବା ଡାକ୍ତରଖାନାରେ ଅତି କମରେ ୪୦ରୁ ଅଧିକ ଜଣ ଆହତ ହୋଇଥିବା ବ୍ୟକ୍ତି ଏବେ ଚିକିତ୍ସାଧୀନ ଅଛନ୍ତି ।

ବାଂଲାଦେଶ ଅଗ୍ନିଶମ ସେବା ଅଧିକାରୀଙ୍କ କହିବାନୁସାରେ, ଗୁରୁବାର ରାତି ପ୍ରାୟ ୯.୫୦ ବେଳେ ବିଲିଂର ପ୍ରଥମ ମହଲାରେ ଥିବା ଏକ ରେଷ୍ଟୁରାଣ୍ଟରେ ନିଆଁ ଲାଗିଯାଇଥିଲା । ଏହା ପରେ ଖୁବ୍ ଶୀଘ୍ର ଉପର ମହଲାକୁ ନିଆଁ ମାଡି ଯାଇଥିଲା । ଯେଉଁଠାରେ ଅନେକ ରେଷ୍ଟୁରାଣ୍ଟ ଏବଂ ଏକ ଡ୍ରେସ୍ ଦୋକାନ ଥିଲା । ସେ କହିଛନ୍ତି ଯେ ସାତ ମହଲା କୋଠାରୁ ୭୫ ଜଣ ଲୋକଙ୍କୁ ବାହାରକୁ ନିଆଯାଇଥିଲା, ସେଥିମଧ୍ୟରୁ ୪୨ ଜଣ ଚେତାଶୂନ୍ୟ ଥିଲେ ।

ଅଧୂକାରୀ କହିଛନ୍ତି ଯେ ସେଠାରେ ୧୩ ଟି ଅଗ୍ନିଶମ ସେବା ନିୟୋଜିତ କରାଯାଇଥିଲା । ବାଂଲାଦେଶ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ଗୁରୁବାର ରାତି ପ୍ରାୟ ୯ଟା ୫୦ ମିନିଟରେ ପ୍ରଥମ ମହଲାରେ ଥିବା ଏକ ରେଷ୍ଟୁରାଣ୍ଟରେ ନିଆଁ ଲାଗିଥିଲା । ପରେ ଏହା ହୁହୁ ହୋଇ ଜଳି ଉଠିଥିଲା ଏବଂ ଉପର ମହଲାକୁ ବ୍ୟାପି ଯାଇଥିଲା ।

ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୨୨ ଆହତଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି । ସେପଟେ ରେଷ୍ଟୁରାଣ୍ଟ ମ୍ୟାନେଜର କହିଛନ୍ତି ଯେ ରେଷ୍ଟୁରାଣ୍ଟଟି ଷଷ୍ଠ ମହଲାରେ ଥିବାବେଳେ ପ୍ରଥମେ ସିଡି ଦେଇ ଧୂଆଁ ଆସୁଥିବାର ଦେଖିବାକୁ ପାଇଥିଲେ ।

 

 

Leave a comment