୪୫ ନମ୍ବର ୱାର୍ଡ ବର୍ଷା କ୍ଷତିଗ୍ରସ୍ତ ଙ୍କୁ ରିଲିଫ କିଟ ବଣ୍ଟନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲଗାଣ ବର୍ଷାରେ ବେହାଲ ହୋଇଯାଇଛି ଭୁବନେଶ୍ୱର । କୃତ୍ରିମ ବନ୍ୟାରେ ଉବୁଟୁବୁ ହୋଇଥିଲା ସ୍ମାର୍ଟସିଟି । ରସୁଲଗଡ, ବମିଖାଲ, ଲକ୍ଷ୍ମୀସାଗରରେ ଆଣ୍ଠୁଏ ଉଚ୍ଚର ପାଣି ଦେଖିବାକୁ ମିଳିଥିବା ବେଳେ ନୟାପଲ୍ଲୀ ଇସ୍କନ୍ ମନ୍ଦିର ସାମନାରେ ଛାତିଏ ଉଚ୍ଚର ପାଣି ବୋହୁଥିଲା ।
ବର୍ଷା ପରେ ମୁଖ୍ୟତଃ ବସ୍ତି ଗୁଡ଼ିକ ର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇଯାଇଛି । କେଉଁ ଘରେ ପାଣି ପଶି ଜିନିଷପତ୍ର ନଷ୍ଟ ହୋଇଯାଇଛି ତ ଆଉ କେଉଁଠି ଘର ଭାଙ୍ଗି ଯାଇଛି । ଭୁବନେଶ୍ୱର ୪୫ ନମ୍ବର ୱାର୍ଡ ରେ ବର୍ଷା ରେ କ୍ଷତିଗ୍ରସ ହୋଇଥିବା ବସ୍ତି ବାସିନ୍ଦାଙ୍କୁ ସେହି ୱାର୍ଡ ର କର୍ପୋରେଟର ଅମରେଶ ଜେନା ଭୁବନେଶ୍ୱର ମଧ୍ୟମ ର ବିଧାୟକ ବିଜୟ ମହାନ୍ତି ଙ୍କ ଉପସ୍ଥିତିରେ ରିଲିଫ କିଟ ବଣ୍ଟନ କରିଥିଲେ । ଏହି କିଟ ଗୁଡିକ ରେ ଷ୍ଟୋଭ , ମସାରି , ବେଡ଼ସିଟ, ଟାୱେଲ, ଡେକଚି, ରନ୍ଧନ ସାମଗ୍ରୀ , ବାଲଟି ଇତ୍ୟାଦି ଅତ୍ୟାବଶ୍ୟକ ସାମଗ୍ରୀ ଅଛି । ଏହା ବ୍ୟତୀତ କ୍ଷତିଗ୍ରସ୍ତ ଙ୍କୁ ରନ୍ଧନ ଖାଦ୍ୟ ମଧ୍ୟ ବଣ୍ଟନ କରା ଯାଇଥିଲା ।