ପାରିବାରିକ କଳହ ଓ ଅଶାନ୍ତି ଦୂର କରେ ଏହିସବୁ ଉପାୟ ଓ ଆଣିଥାଏ ସମ୍ପ୍ରକରେ ମଧୁରତା

ଯେଉଁ ଘରେ ଅଧିକ କଳହ ଦେଖା ଦେଇଥାଏ, ସେଠାରେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ l କୌଣସି ଘରେ ଯଦି ସମ୍ପର୍କ ରେ ଫାଟ ସୃଷ୍ଟି ହୋଇଥାଏ ସେଠାରେ ଅଧିକ କଳହ ଦେଖା ଯାଇଥାଏ l ପ୍ରତିଟି କଥାକୁ ବିବାଦ ସୃଷ୍ଟି ହୋଇଥାଏ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ ପରିବାର ମୁଖିଆ ଗ୍ରହ ଦୋଷ ଦେଖାଦେଇ ଥାଏ ସେତେବେଳେ ପାରିବାରିକ କ୍ଳେଶ ଦେଖା ଦେଇଥାଏ l
* ଯଦି ଜାତକ ବା କୁଣ୍ଡଳୀ ରେ ଶୁକ୍ର ରହୁ ଙ୍କ ଦ୍ୱାରା ଆକ୍ରାନ୍ତ ହୋଇ ଥାଆନ୍ତି ତେବେ ଧନ କୁ ନେଇ ପରିବାର ସଦସ୍ୟ ଉଭୟ ଉଭୟ ଙ୍କ ସହିତ ଲଢ଼ି ଥାଆନ୍ତି l ଏହାଛଡା ଏହି ସମୟରେ ପାରିବାରିକ କ୍ଳେଶ କୁ ଦୂର କରିବା ପାଇଁ ଧର୍ମ କାର୍ଯ୍ୟରେ ମନ ଦେବା ଜରୁରୀ l
* ଯଦି ଧନ ଓ ସ୍ୱାସ୍ଥ୍ୟ ଠିକ ଅଛି ତଥାପି ପାରିବାରିକ କ୍ଳେଶ ଦେଖା ଯାଉଛି ତେବେ କୁଣ୍ଡଳୀ ଦେଖାଇ ଗ୍ରହ ଶାନ୍ତି ପୂଜା ନିହାତି କରାଇବା ଆବଶ୍ୟକ l ତା ସହିତ ଘରେ ପ୍ରସ୍ତୁତ ପ୍ରଥମ ରୁଟି ଗାଈ ପାଇଁ ବାହାର କରନ୍ତୁ l
* ପୂଜା ଗୃହରେ ସର୍ବଦା ଜଳ ପୁର୍ଣ କଳସ ରଖିବା ଆବଶ୍ୟକ l ସମସ୍ତ ପ୍ରକାର କ୍ଳେଶ କୁ ଦୂର କରିବା ପାଇଁ ଓ ସୁଖ ସମୃଦ୍ଧି ପାଇଁ ଦୁର୍ଗା ସପ୍ତସତୀ ପାଠ କରିବା ଜରୁରୀ ଅଟେ l
* ଘରର ଗୁରୁଜନ ସର୍ବଦା ଶାନ୍ତ ମନରେ ସମସ୍ତ ନିଷ୍ପତି ନେବା ଜରୁରୀ l ନଚେତ ଗୃହ ବିବାଦ ବୃଦ୍ଧି ପାଇଥାଏ l ଏହାଛଡା ସମସ୍ତ କଳହ କୁ ଦୂର କରିବା ସମସ୍ତ ପରିବାର ସଦସ୍ୟ ମିଳିତ ଭାବରେ ଦିନରେ ଥରଟିଏ ହେଉ ପଛେ ମିଳିମିଶି ଭୋଜନ କରିବା ଜରୁରୀ l
* ପ୍ରତିଦିନ ସକାଳେ ସ୍ନାନ ପରେ ସୂର୍ଯ୍ୟଦେବ ଙ୍କୁ ପୂଜା କରିବା ସମୟ ରେ ଅର୍ଘ୍ୟର ରକ୍ତ ଚନ୍ଦନ ମିଶାଇ ଅର୍ଘ୍ୟ ଦେବା ଦ୍ୱାରା ଗୃହ କ୍ଳେଶ ଦୂର ହୋଇଥାଏ l