ଲାଲ୍ ରଙ୍ଗର ପ୍ଲେଟ୍ ରେ ଖାଇଲେ କେବେ ବି କମ୍ ହେବ ନାହିଁ ଓଜନ , ଜାଣନ୍ତୁ କାହିଁକି

ଓଜନ ହ୍ରାସ ଏବେ ସବୁଠୁ ବଡ଼ ସମସ୍ୟା ଭାବେ ଠିଆ ହୋଇଛି । ସମସ୍ତଙ୍କ ମୁହଁରେ ଗୋଟିଏ କଥା କିପରି ମୁକ୍ତି ମିଳିବ ଏହି ଓଜନ ସମସ୍ୟାରୁ । ଏଥିପାଇଁ ଯେତେ ପ୍ରକାର ପ୍ରଚେଷ୍ଟା । ଯୋଗ, ଆସନ,ଡାଏଟିଂ ଠାରୁ ଆରମ୍ଭ କରି ଆୟୁରବେଦ ହେଉ ବା ଘରୋଇ ନୁସ୍କାକୁ ନେଇ ଓଜନ ହ୍ରାସ ପାଇଁ ଉଦ୍ୟମ ଜାରି ରଖାଯାଉଛି । ହେଲେ ଜାଣନ୍ତି କି ଆପଣଙ୍କ ଖାଇବା ପ୍ଲେଟ୍(ପାତ୍ର) ସହ ଯୋଡ଼ି ହୋଇ ରହିଛି ଆପଣଙ୍କ ଓଜନ ବଢ଼ିବାର ଗୁଢ଼ ରହସ୍ୟ ।ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରଙ୍ଗୀନ୍ ପ୍ଲେଟ୍ ସହ ଯୋଡି ହୋଇ ରହିଛି ଆପଣଙ୍କ ଓଜନ । ଏହି କଥାକୁ ବିଜ୍ଞାନ ମଧ୍ୟ ଗ୍ରହଣ କରିଛି ।
ଆସନ୍ତୁ ଜାଣିବା ଆପଣ ଖାଉଥିବା ପ୍ଲେଟ୍ର ରଙ୍ଗ କିପରି ହେଲେ କମିଯିବ ଆପଣଙ୍କ ଓଜନ ।
.ଗାଢ଼ ରଙ୍ଗର ପ୍ଲେଟ୍ରେ ଖାଇଲେ କ’ଣ ହେବ
ଯଦି ଆପଣ ଗାଢ଼ ରଙ୍ଗର ପ୍ଲେଟ୍ରେ ହାଲ୍କା ରଙ୍ଗର ଖାଦ୍ୟ ଖାଉଛନ୍ତି ତେବେ ଆପଣ ହୁଏତ କମ୍ ଖାଇବେ । ହେଲେ ସେହି ଖାଦ୍ୟ ଯଦି ଆପଣ ହାଲ୍କା ରଙ୍ଗର ପ୍ଲେଟ୍ରେ ଖାଇବେ ତେବେ ଆପଣ ଅଧିକ ଖାଇଦେବେ ବୋଲି ରିସର୍ଚ୍ଚରୁ ଜଣାପଡ଼ିଛି । ଯାହାକି ଓଜନ ବୃଦ୍ଧି କରିଥାଏ ।
.ହାଲ୍କା ରଙ୍ଗର ପ୍ଲେଟରେ ଖାଇଲେ କ’ଣ ହେବ
ଯଦି ଆପଣ ହାଲ୍କା ରଙ୍ଗର ଖାଦ୍ୟ ହାଲ୍କା ରଙ୍ଗର ପ୍ଲେଟ୍ରେ ଖାଆନ୍ତି ତେବେ ଆପଣ କମ୍ ଖାଇବେ । ଧରନ୍ତୁ ଯଦି ଆପଣ ହଳଦୀ ରଙ୍ଗର ପଲାଉ ହଳଦୀ ରଙ୍ଗର ପ୍ଲେଟ୍ରେ ଖାଇବେ ତେବେ ଆପଣ ନିଶ୍ଚିତ ଭାବେ ଅଧିକ ଖାଇବେ । ଆଉ ଅଧିକ ଖାଇଲେ ଆପଣଙ୍କ ଓଜନ ଅଧିକ ବଢ଼ିବ ।
.ଭୁଲ୍ କରି ବି ଲାଲ୍ ରଙ୍ଗର ପ୍ଲେଟରେ ଖାଆନ୍ତୁ ନାହିଁ
ରିସର୍ଚ୍ଚରୁ ଏହା ଜଣାପଡ଼ିଛି ଯେ ଆପଣ ଯେତେ ଗାଢ଼ ରଙ୍ଗର ପ୍ଲେଟ୍ରେ ଖାଇବେ ଆପଣଙ୍କୁ ସେତେ ଅଧିକ ଭୋକ ଲାଗିବ । ଯେମିତିକି ହଳଦିଆ, ଲାଲ୍ ଭଳି ରଙ୍ଗର ପ୍ଲେଟ୍ ଆପଣଙ୍କୁ ଖାଇବା ପାଇଁ ଅଧିକ ଉତ୍ସାହିତ କରିବ । ତେଣୁ ଆପଣ କେବେ ବି ଗାଢ଼ ରଙ୍ଗର ପ୍ଲେଟ୍ରେ ଖାଆନ୍ତୁ ନାହିଁ ।
.ଏହି ରଙ୍ଗର ପ୍ଲେଟ୍ରେ ଖାଇଲେ କମିଯିବ ଭୋକ
ଭୋକ କମାଇବା ପାଇଁ ଆପଣ ଗ୍ରେ, କଳା ଭଳି ରଙ୍ଗର ପ୍ଲେଟ୍ରେ ଭୋଜନ କରିବା ଉଚିତ୍ । ଏଭଳି ପ୍ଲେଟ୍ରେ ଖାଇଲେ ଆପଣଙ୍କ ଭୋକ ଦବି ରହିବ । ଫଳରେ ଆପଣ କମ୍ ଖାଇବେ ଓ ଆପଣଙ୍କ ଓଜନ ମଧ୍ୟ ବଢ଼ିବ ନାହିଁ ।
.ପାତ୍ରର ଆକାର ମଧ୍ୟ କିଛି ପରିମାଣରେ ଦାୟୀ
ପ୍ଲେଟର ରଙ୍ଗ ସହ ଏହାର ଆକାର ମଧ୍ୟ ସେତିକି ଗୁରୁତ୍ୱ ରଖେ । ଯଦି ଆପଣ ଚଉଡ଼ା ପାତ୍ରରେ ଖାଆନ୍ତି ତ ଆପଣ ଅଧିକ ଖାଇବେ । ତେଣୁ ସମ୍ଭବ ହେଲେ କମ୍ ଆକାର ଥିବା ପାତ୍ରରେ ଖାଆନ୍ତୁ ।