ଗୋଟିଏ ଦିନରେ ଇଟାଲୀରେ କରୋନା ନେଲା ୯୧୯ ମୁଣ୍ଡ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶୁକ୍ରବାର କରୋନାରେ ୯୧୯ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଇଟାଲୀରେ ମୋଟ ମୃତ୍ୟୁ ସଂଖ୍ୟା ୯,୧୩୪ ହୋଇଛି। ମୋଟ୍ ୮୬, ୪୯୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୦,୯୫୦ ଜଣ ସୁସ୍ଥ ହୋଇଛନ୍ତି। ୬୬, ୪୧୪ ଜଣ ଏବେ କରୋନାରେ ଚିକିତ୍ସିତ ହେଉଛନ୍ତି। ୩,୭୩୨ ଜଣ ଗୁରୁତର ରହିଛନ୍ତି।

ରିପୋର୍ଟ ଅନୁଯାୟୀ, ଏହା ପୂର୍ବରୁ ଇଟାଲୀରେ ମାର୍ଚ୍ଚ ୨୧ରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ୭୯୩ ରହିଥିଲା। ଗୁରୁବାର ଦିନ ୭୧୨, ବୁଧବାର ୬୮୩, ମଙ୍ଗଳବାର ୭୪୩, ସୋମବାର ୬୦୨ ଓ ଶୁକ୍ରବାର ୯୧୯ ଜଣଙ୍କର ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ, ଏଯାଏ ୧୯୯ଟି ଦେଶରେ କରୋନା ବ୍ୟାପିଛି। ଆକ୍ରାନ୍ତଙ୍କ ସଂଖ୍ୟା ୫୯୭,୨୬୭ ଜଣ ରହିଥିବାବେଳେ ମୃତ୍ୟୁ ସଂଖ୍ୟା ୨୭,୩୬୫ ରହିଛି। ସୁସ୍ଥ ହୋଇ ୧୩୩,୩୬୩ ଫେରିଛନ୍ତି।

Leave a comment