ଚନ୍ଦ୍ରଗ୍ରହଣରେ ମୁହାଁମୁହିଁ ହେଲେ ହେତୁବାଦୀ-ପରମ୍ପରାବାଦୀ

ସୂର୍ଯ୍ୟପରାଗରେ ବିରିୟାନି ଖାଇଥିଲେ, ଆଜି ଚନ୍ଦ୍ରଗ୍ରହଣରେ ବି ଖାଉଛନ୍ତି । ଆଉ ଏହାକୁ ନେଇ ଗ୍ରହଣ ନୀତି ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ। ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଭୁବନେଶ୍ବର ଓ ବ୍ରହ୍ମପୁରରେ ହେତୁବାଦୀ ଓ ପରମ୍ପରାବାଦୀ ମୁହାଁମୁହିଁ ହୋଇଛନ୍ତି।
ଖବର ଅନୁଯାୟୀ, ଭୁବନେଶ୍ୱର ଲୋହିଆ ଏକାଡେମୀରେ ହେତୁବାଦୀ ବିରୟାନି ପାର୍ଟି ଆୟୋଜନ କରିଥିଲେ।
ଜୟବିଜ୍ଞାନ ଅଭିଯାନ ପକ୍ଷରୁ ଆଲୋଚନାଚକ୍ରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଷୟ ବସ୍ତୁ ସମାଜ ସଂସ୍କାରରେ ବିଜ୍ଞାନର ଭୂମିକା। ଏଥିରେ ସାମିଲ ହୋଇଥିଲେ ହେତୁବାଦୀ, ବାମପନ୍ଥୀ,ଡାକ୍ତର, ବିଭିନ୍ନ ସାମାଜିକ ସଂଗଠନ। ସଭାସ୍ଥଳରେ ଖାଦ୍ୟ ସାମଗ୍ରୀ ପହଞ୍ଚିଥିଲା। ତେବେ ଏହାକୁ ବ୍ରାହ୍ମଣ ସଂଘ ବିରୋଧ କରିଛନ୍ତି ଏବଂ ଉଭୟ ପକ୍ଷ ମୁହାଁମୁହିଁ ହୋଇଛନ୍ତି।
ଉଭୟ ପକ୍ଷ ମଧ୍ୟରେ ଠେଲା ପେଲା ସହ ମାରପିଟ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଭୁବନେଶ୍ଵରରେ ଲୋହିଆ ଏକାଡେମୀରେ ବଜରଙ୍ଗ ଦଳ, ବିଶ୍ଵ ହିନ୍ଦୁ ପରିଷଦ ଓ ପରମ୍ପରାବାଦୀମାନେ ହେତୁବାଦୀଙ୍କୁ ତୀବ୍ର ବିରୋଧ କରିବା ସହ ଭଙ୍ଗାରୁଜା କରିଛନ୍ତି। ଟେକା ପଥର ମାରିଛନ୍ତି ପରମ୍ପରାବାଦୀ।
ପରମ୍ପରାବାଦୀମାନେ ହେତୁବାଦୀ ଲଗାଇଥିବା ବ୍ୟାନର ଫାଡ଼ି ତୁମ୍ବିତୋଫାନ କରିବା ସହ ଗୋବର ଏବଂ ଢେଲାମାଡ଼ କରିଥିଲେ। ପରିସ୍ଥିତି ଅଣାୟତ ହେବାରୁ ଉଭୟ ଗୋଷ୍ଠୀଙ୍କୁ ଆୟତ କରିବା ଲାଗି ପୋଲିସ ପକ୍ଷରୁ ଲାଠିମାଡ଼ କରାଯାଇଥିଲା। ଢେଲାପଥର ମାଡ଼ରେ ହେତୁବାଦୀ ଗୋଷ୍ଠୀର କିଛି ସଦସ୍ୟ ଆହତ ମଧ୍ୟ ହୋଇଛନ୍ତି। ହେଲେ ବିରୋଧ କରିବାକୁ ନିଜ ଜିଦରେ ଅଟଳ ରହିଛନ୍ତି ପରମ୍ପରାବାଦୀ।
ସେହିପରି ବ୍ରହ୍ମପୁରରେ ମଧ୍ୟର ହେତୁବାଦୀ ଓ ପରମ୍ପରାବାଦୀ ମୁହାଁମୁହିଁ ହୋଇଛନ୍ତି।