ରାମନବମୀରେ ଚିରା ହେଲା ଶ୍ରୀଜୀଉଙ୍କ ରଥକାଠ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ରଥଯାତ୍ରା ନିମନ୍ତେ ରଥକାଠ ଚିରା ଅନୁକୂଳ ହୋଇଛି । ପ୍ରତି ବର୍ଷ ପବିତ୍ର ରାମନବମୀ ଅବସରରେ ରଥଯାତ୍ରା ପାଇଁ ରଥକାଠ ଚିରା ଅନୁକୂଳ କରାଯାଏ । ତେଣୁ ଆଜି କଟକ ଖପୁରିଆ ସ୍ଥିତ ଓଏଫଡିସିର କରତ କଳରେ ଏହି ଅନୁକୂଳ କରାଯାଇଛି । ଏହି ଚିରା ଯାଇଥିବା କାଠ ରଥ ନିର୍ମାଣରେ ବ୍ୟବହୃତ ହୋଇଥାଏ ।

ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ପ୍ରଶାସନର ମୁଦିନିଧି ଦଳ ଆଜି ଆଜ୍ଞାମାଳ ନେଇ ପହଞ୍ଚିବା ପରେ ପୂଜାର୍ଚନା କରାଯାଇ କାଠ ଚିରା ଆରମ୍ଭ ହୋଇଥିଲା । ତିନି ରଥ ପାଇଁ ତିନୋଟି କାଠ ପୂଜା କରାଯାଇ ଚିରା ଯାଇଥିଲା । ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାମ ବିଧିବଦ୍ଧ ଭାବେ ଆରମ୍ଭ ହୋଇ ରଥ ସଂହିତା ଅନୁସାରେ ତିନି ରଥ ପାଇଁ ମୋଟ ୮୬୫ଖଣ୍ଡ କାଠ ଦରକାର ହୋଇଥାଏ । ୧୯୩ଟି କାଠ ଥିବା ବେଳେ ଏଥର ୬୭୨ଖଣ୍ଡ କାଠ ଦରକାର ହେବ । ସେଥିମଧ୍ୟରୁ ୨୬୬ଖଣ୍ଡ ଖପୁରିଆ କରତ କଳରେ ଚିରଟ ପାଇଁ ଯିବ । ବାକି ରଥଖଳାରେ ରଖି ରଥ ତିଆରିରେ ସିଧାସଳଖ ବ୍ୟବହାର ହେବ ।

Leave a comment