‘ପ୍ରଭା’ ଫିଟିଙ୍ଗ କାର୍ଯ୍ୟ ଭୋଇସେବକ ଏବଂ ମହାରଣା ସେବକ ମାନଙ୍କ ଦ୍ୱାରା ସମ୍ପନ୍ନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି କାର୍ଯ୍ୟ ଶେଷ ପର୍ଯ୍ୟନ୍ତ ତିନିରଥରେ ଶ୍ରୀ ଜୀଉମାନଙ୍କ ‘ପ୍ରଭା’ ଫିଟିଙ୍ଗ କାର୍ଯ୍ୟ ଭୋଇସେବକ ଏବଂ ମହାରଣା ସେବକ ମାନଙ୍କ ଦ୍ୱାରା ସମ୍ପନ୍ନ ହୋଇଅଛି। ଏହି କାର୍ଯ୍ୟରେ ମୋଟ ୧୯୭ ଜଣ ନିର୍ମାଣକାରୀ ଯୋଗଦାନ କରିଥିଲେ ।

ଏହାସହ ତିନିରଥର ଦୁଆର ବେଢାରେ କନା ପଡିବା ଶେଷ ହେବାସହ ଦୁଆର ବେଢାରେ ଲାଗିଥିବା ମଗର ବତା ଗୁଡିକରେ ମଗର ପଟି ଅଡିବା ଶେଷ ହୋଇଅଛି । ସେହିପରି ଦରଜୀ ସେବକମାନେ ତିନିରଥ ର ବତା କନା ଗୁଡିକର ଜୋଡଣୀ କାର୍ଯ୍ୟ ଶେଷ କରିବା ସହ ତିନିରଥର ସାରଥୀ ମାନଙ୍କର ପୋଷାକ ନିର୍ମାଣ ମଧ୍ୟ ଶେଷ ଜରିଛନ୍ତି ।

ଠାକୁରଙ୍କ ବିଜେ ସମୟରେ ପଟୁଆରରେ ଆସୁଥିବା କଳା ଛତି, ଧଳା ଛତି ଓ ଓଲାରରେ କନା ପଡିବା କାର୍ଯ୍ୟ ଦରଜୀ ସେବକମାନେ କରୁଛନ୍ତି । ଶ୍ରୀବିଗ୍ରହମାନଙ୍କ ପାଇଁ ୪ଗୋଟି ବିଜେ ତୁଳି ଏବଂ ଦୁଇଗୋଟି ଶିପର ତୁଳି ପ୍ରସ୍ତୁତ କରିଛନ୍ତି ।ତିନିରଥର ବ୍ରକ ଗୁଡିକରେ ଲାଗିଥିବା ରବର ମ୍ୟାଟରେ ଆବଶ୍ୟକ ମରାମତି ସହ କଣ୍ଟା ପଡିବା କାର୍ଯ୍ୟ ଶେଷ ହୋଇଅଛି।

Leave a comment