ସୁପ୍ରିମକୋର୍ଟରେ ପହଂଚିଲା ରଥଯାତ୍ରା ମାମଲା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରଥଯାତ୍ରା ବନ୍ଦ କରିବା ପାଇଁ ମାମଲା ଯାଇ ପହଁଚିଲା ସୁପ୍ରିମକୋର୍ଟରେ । ବର୍ତ୍ତମାନ ସଂକ୍ରମଣ ସ୍ଥିତିରେ ରଥଯାତ୍ରା କରାଇବା ଉଚିତ ହେବ ନାହିଁ, ତେଣୁ ନ୍ୟାୟାଳୟ ଏଥିରେ ହସ୍ତକ୍ଷେପ କରନ୍ତୁ । ଏଭଳି ଆବେଦନ କରି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛି ଭାରତୀୟ ବିକାଶ ପରିଷଦ। ରଥଯାତ୍ରା ହେଲେ ମହାମାରୀ କରୋନା ବ୍ୟାପିବାର ଆଶଙ୍କା ଅଛି ।
ଯାତ୍ରାହେଲେ କରୋନା ମୁକାବିଲା ପାଇଁ ଧାର୍ଯ୍ୟ ହୋଇଥିବା ଗାଇଡଲାଇନର ପାଳନ କରିହେବ ନାହିଁ। ବିଶେଷ କରି ଶ୍ରୀ ଜୀଉମାନଙ୍କ ପହଣ୍ଡିବିଜେ ସମୟରେ ସାମାଜିକ ଦୂରତା ରଖାଯିବା ସମ୍ଭବ ହେବନାହିଁ । ଏପରିସ୍ଥଳେ ରଥଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀଙ୍କ ତରଫରୁ ସୁପ୍ରିମକୋର୍ଟରେ ଦାଏର ହୋଇଥିଵା ସ୍ପେସାଲ ଲିଭ ପିଟିସନରେ ଉଲ୍ଲେଖ କରାଯାଇଛି ।