ଉଡାନ୍ ଯୋଜନାରେ ସାମିଲ ହେଲା ରାସଗୋବିନ୍ଦପୁର ବିମାନଘାଟି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୟୂରଭଂଜ ଜିଲ୍ଲାର ରାସଗୋବିନ୍ଦପୁରସ୍ଥିତ ଏସିଆ ମହାଦେଶର ସର୍ବବୃହତ୍ତ ତଥା ଜିଲ୍ଲାର ଐତିହ୍ୟ ସହିତ ଜଡ଼ିତ ବିମାନଘାଟିକୁ କେନ୍ଦ୍ର ସରକାରଙ୍କ ଉଡାନ୍ ଯୋଜନାରେ ସାମିଲ କରାଯାଇଛି । ଫଳରେ ଜିଲ୍ଲାର ରାସଗୋବିନ୍ଦପୁରରୁ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନକୁ ବିମାନ ସେବା ଉପଲବ୍ଧ ହେବା ନେଇ ଆଶା ସୃଷ୍ଟି ହୋଇଛି।
ଏନେଇ ଜିଲ୍ଲା ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପସିଂ ପୁରୀ, ସାଂସଦ ବିଶ୍ୱେଶର ଟୁଡ଼ୁଙ୍କୁ ପୂର୍ବ, ସାଙ୍ଗଠନିକ ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ, ପଶ୍ଚିମ ଜିଲ୍ଲା ସଭାପତି ତଥା ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ଜିଲ୍ଲାପରିଷଦ ସଭାପତି ସୁଜାତା ମୁର୍ମୁ, ଉପସଭାପତି ନରେନ୍ଦ୍ର ସାହୁ, ଉଦଳା ବିଧାୟକ ଭାସ୍କର ମଢ଼େଇ, ବାରିପଦା ବିଧାୟକ ପ୍ରକାଶ ସୋରେନ, ବଡ଼ସାହି ବିଧାୟକ ସନାତନ ବିଜୁଳି, ସାରସକଣା ବିଧାୟକ ବୁଢ଼ାନ ମୁର୍ମୁ, ଯଶୀପୁର ବିଧାୟକ ଗଣେଶରାମ ସିଂ ଖୁଣ୍ଟିଆ, ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ, ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ କୃଷ୍ଣଚନ୍ଦ୍ର ମହାପାତ୍ର, ପ୍ରଦୀପ ମହାନ୍ତି, ଜିଲ୍ଲା ଉପସଭାପତି କବିବିଷ୍ଣୁ ଶତପଥୀ, ମହିଳା ମୋର୍ଚ୍ଚା ସମ୍ପାଦିକା କୌଶଲ୍ୟା ନାଏକ ପ୍ରମୁଖ ଧନ୍ୟବାଦ ପ୍ରଦାନ କରିଛନ୍ତି ।
ବ୍ରିଟିଶ ସରକାରଙ୍କ ସମୟରେ ନିର୍ମିତ ରାସଗୋବିନ୍ଦପୁର ଏୟାର ଷ୍ଟ୍ରିପ୍ ବାଲେଶ୍ୱର ସହିତ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ସୀମାରେ ରହିଥିବାରୁ ଏହାର ଗୁରୁତ୍ୱ ସର୍ବାଧିକ । ଏହା ୫ ଶହ ଏକରରୁ ଅଧିକ ଅଞ୍ଚଳକୁ ନେଇ ନିର୍ମାଣ କରା ଯାଇଥିବା ସମୟରେ ୫ କିଲୋମିଟର ରନୱେ ମଧ୍ୟ ରହିଥିଲା।