ଡାକ୍ତରଖାନାରେ ପ୍ରସୂତିଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଡାକ୍ତରଖାନାରେ ପ୍ରସୂତିଙ୍କୁ ଦୁଷ୍କର୍ମ ଉଦ୍ୟମ । ଏଭଳି ଘଟଣା ଭଦ୍ରକ ଜିଲ୍ଲା ଗାନ୍ଧୀ ପଡିଆରେ ଥିବା ପାଢ଼ୀ ହେଲଥ କେୟାରରେ ଘଟିଛି । ଡାକ୍ତରଖାନାର ଜଣେ ଫାର୍ମାସିଷ୍ଟ ପ୍ରସୂତିଙ୍କୁ ଦୁଷ୍କର୍ମ ଉଦ୍ୟମ କରିଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ବେଳେ ଭଦ୍ରକ ଜିଲ୍ଲା ଗାନ୍ଧୀ ପଡିଆରେ ଥିବା ପାଢ଼ୀ ହେଲଥ କେୟାରର ଜଣେ ଫାର୍ମାସିଷ୍ଟ ପ୍ରସୂତିଙ୍କୁ ଦୁଷ୍କର୍ମ ଉଦ୍ୟମ କରିଛନ୍ତି । ଯାଜପୁର ଜିଲ୍ଲା ମଙ୍ଗଳପୁର ଅଞ୍ଚଳରୁ ଆସିଥିବା ପ୍ରସୂତିଙ୍କର ଦୁଇ ଦିନ ପୂର୍ବରୁ ସିଜରିଆନ ହୋଇ ଏକ ଶିଶୁପୁତ୍ର ହୋଇଥିଲା । ପ୍ରସୂତି ଜଣକ ନିଜ ଶାଶୁ ଓ ସ୍ୱାମୀଙ୍କ ସହ ନର୍ସିଂହୋମ ରେ ଥିଲେ । ଡିଉଟିରେ ଥିବା ଫାର୍ମାସିଷ୍ଟ ମନୋଜ ସାହୁ ସେଠାରେ ପହଞ୍ଚି ତାଙ୍କ ସ୍ୱାମୀଙ୍କୁ ଇଞ୍ଜେକ୍ସନ ଆଣିବାକୁ ପଠାଇବା ସହ ଶାଶୁଙ୍କୁ ନବଜାତଙ୍କ ସହ ବାହାରକୁ ପଠାଇଦେଇଥିଲେ । ପରେ ପ୍ରସୂତିଙ୍କୁ ରୁମରେ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏନେଇ ଭଦ୍ରକ ଟାଉନ ଥାନାରେ ପ୍ରସୂତିଙ୍କ ସ୍ୱାମୀ ଅଭିଯୋଗ ହୋଇଛି । ଅଭିଯୁକ୍ତ ଫାର୍ମାସିଷ୍ଟ ମନୋଜ ସାହୁ କୁ ପୋଲିସ ଗିରଫ କରିଛି ।

Leave a comment