ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ, ଯୁବକକୁ ଧରିଲେ ଗ୍ରାମବାସୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନାବାଳିକାକୁ ଅପହରଣ କରି ଦୁଷ୍କର୍ମ
ହୋଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଯୁବକଙ୍କୁ ଧରି ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା କମିରଦାପଶି ଗାଁରେ ଏଭଳି ଘଟିଛି ଘଟଣା।
ପ୍ରକାଶ ଯେ, କିମିରଦାପଶି ଗାଁର ଜଣେ ନାବାଳିକା ଗତକାଲି ସନ୍ଧ୍ୟାରେ ପଡୋଶୀ ଘରକୁ ଯାଉଥିଲେ। ଏହି ସମୟରେ ଅଭିଯୁକ୍ତ ନାବାଳିକାର ପାଟି ବନ୍ଦ କରି ଅପହରଣ କରିଥିଲା । ପରିବାର ଲୋକେ ବହୁ ଖୋଜାଖୋଜି ପରେ ପ୍ରକୃତ କଥା ଜାଣିବାକୁ ପାଇଥିଲେ । ଅଭିଯୁକ୍ତ ଜଣଙ୍କ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି । ଏହାପରେ ଅଭିଯୁକ୍ତକୁ ଘରୁ ଆଣି ଗାଁ ମଝିରେ ଥିବା କ୍ଲବ ଘର ଖୁଣ୍ଟରେ ବାନ୍ଧିଥିଲେ।