ଜଗନ୍ନାଥଙ୍କ ଆଶୀର୍ବାଦ ନେଲେ ରାନୁ ମଣ୍ଡଳ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀରେ ରାନୁ ମଣ୍ଡଳ । କିଛିଦିନ ତଳେ ସୋସିଆଲ ମିଡିଆରେ ଭାଇରଲ ହୋଇଥିବା ଗୋଟିଏ ଗୀତରୁ ରାତାରାତି ଷ୍ଟାର ହୋଇଯାଇଥିବା ରାନୁ ଜଗନ୍ନାଥଙ୍କ ଦର୍ଶନ କରି ଆଶୀର୍ବାଦ ନେବାକୁ ଆସିଥିଲେ । ସେ ଜଗନ୍ନାଥଙ୍କ ଦର୍ଶନ କରିବା ପରେ ପୁରୀ ବିଚକୁ ଯାଇ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

ସୂଚନା ଅନୁଯାୟୀ, କିଛିଦିନ ପୂର୍ବରୁ ରାନୁ ମଣ୍ଡଳ ଟ୍ରେନରେ ଗୀତ ଗାଇ ଭିକ୍ଷା କରୁଥିଲେ । ଜଣେ ବ୍ୟକ୍ତି ଏହାର ଭିଡ଼ିଓ ସୋସିଆଲ ମିଡିଆ ଭାଇରଲ କରିବା ପରେ ରାନୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ହୀମେଶ ରେଶମୀୟା ରାନୁଙ୍କୁ ତାଙ୍କ ଷ୍ଟୁଡ଼ିଓରେ ଗୀତ ଗାଇବାକୁ ସୁଯୋଗ ଦେଇଥିଲେ । ରାନୁ ନିଜର ଦ୍ୱିତୀୟ ଗୀତର ଅଫର ପାଇବା ପରେ ସେ ଜଗନ୍ନାଥ ଦର୍ଶନ କରୁବାକୁ ଆସିଥିଲେ ।

Leave a comment