ମଧ୍ୟମ ଆଶାୟୀଙ୍କ ମଧ୍ୟରେ ରଞ୍ଜିତ ମହାପାତ୍ର(ଲିଟୁ) ମଧ୍ୟ ସାମିଲ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯେଉଁଠି ସାରା ଓଡ଼ିଶା ପାଇଁ ପ୍ଲାନ ତିଆରି କରାଯାଉଛି ସେଇଠି ଭୁବନେଶ୍ବରର ରାଜନୀତିକୁ ନେଇ ମଧ୍ୟ ସମସ୍ତଙ୍କ ନଜର ରହିଛି । ଯେଉଁଠି ରାଜ୍ୟ ବିଜେପି ତା’ର ଭୁବନେଶ୍ୱରରୁ ଦୁଇଟି ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି ସେଥିମଧ୍ୟରୁ ଭୁବନେଶ୍ୱର ମଧ୍ୟମ ଅନ୍ୟତମ । ବିଜେପି ମଧ୍ୟମରୁ ଜଗନ୍ନାଥ ପ୍ରଧାନଙ୍କ ନାମ ଘୋଷଣା କରିଥିବା ବେଳେ ଏବେ ସମସ୍ତଙ୍କ ନଜର ଶାସକ ଦଳ ପକ୍ଷରୁ କିଏ ହେବ ମଧ୍ୟମ ପ୍ରାର୍ଥୀ । କାହିଁକି ନା ଏଥର ଭୁବନେଶ୍ୱର ମଧ୍ୟମରୁ ବିଜେଡି ଓ ବିଜେପି ମଧ୍ୟରେ ଦେଖିବାକୁ ମିଳିବ କଡା ଟକ୍କର ।
ସୂଚନା ଅନୁଯାୟୀ, ଶାସକ ବିଜେଡିର ଟେନସନ ବଢ଼ିବାରେ ଲାଗିଛି ପ୍ରାର୍ଥୀ ଚୟନ । ଆଶାୟୀଙ୍କ ଲମ୍ବା ଲାଇନ । ସେମାନଙ୍କ ମଧ୍ୟରୁ ଉପଯୁକ୍ତ ପ୍ରାର୍ଥୀ ଚୟନ କରିବା କାଠିକର ପାଠ । ଏହି ଆଶାୟୀଙ୍କ ମଧ୍ୟରେ ଭୁବନେଶ୍ୱର ମଧ୍ୟମ ପାଇଁ ଗତ ଦୁଇଟି ନିର୍ବାଚନରେ ବିଧାୟକ ହୋଇ ଆସୁଥିବା ବିଜୟ କୁମାର ମହାନ୍ତିଙ୍କ ନାମ ଉପରେ ଥିବାବେଳେ ପୂର୍ବତନ ଛାତ୍ର ସଭାପତି ରଞ୍ଜିତ ମହାପାତ୍ର(ଲିଟୁ) ଓ ବର୍ତ୍ତମାନ ଛାତ୍ର ସଭାପତି ରାଣାପ୍ରତାପ ପାତ୍ର ଙ୍କ ନାମମଧ୍ୟ ଲିଷ୍ଟରେ ଅଛି । ମଧ୍ୟମ ବିଧାୟକ ବିଜୟ କୁମାର ମହାନ୍ତି ଓରଫ ବାଦଲ ମହାନ୍ତିଙ୍କୁ ଯଦି ମଧ୍ୟମରୁ ପ୍ରାର୍ଥୀ ନକରାଯାଏ ତେବେ ପୂର୍ବତନ ଛାତ୍ର ସଭାପତି ଲିଟୁ ମହାପାତ୍ର ଯେକି ବିଜୁ ବାବୁଙ୍କ ସମୟରୁ ତାଙ୍କ ସହ ଜଡିତ ଓ ବିଜୁ ବାବୁଙ୍କ ପରେ ବିଜୁ ଜନତା ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବେ ନିଜ କର୍ତ୍ତବ୍ୟ ସମ୍ପାଦନ କରି ଆସୁଛନ୍ତି ତାଙ୍କୁ ପ୍ରାର୍ଥୀ କରାଯିବା ସମ୍ଭାବନା ରହିଛି । ଭୁବନେଶ୍ୱର ଏକାମ୍ର ଆଶାୟୀ ପ୍ରାର୍ଥୀ ବାବୁ ସିଂ ବିଜେଡିରୁ ଟିକେଟ ନପାଇବାରୁ କିଛିଦିନ ତଳେ ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗଦାନ କରିଥିଲେ ଯେକି ବିଜୁ ବାବୁଙ୍କ ସମୟରୁ ତାଙ୍କ ସହ ଜଡିତ ଥିଲେ । ବାବୁ ସିଂ ବିଜେପିରେ ଯୋଗଦେବାରୁ ବିଜେଡି କିଛି କର୍ମୀଙ୍କୁ ହରାଇଛି । ସେହିପରି ଟିକେଟ ଚୟନ ସଠିକ ଭାବରେ ନହେଲେ ଦଳ ଆଉ କିଛି ନିଷ୍ଠାପର କର୍ମୀଙ୍କୁ ହରାଇବନିତ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।