ଏନ୍‍ଡିଏରେ ସାମିଲ ହୁଅନ୍ତୁ ନବୀନ

0

ଏନ୍‍ଡିଏରେ ସାମିଲ ପାଇଁ କେନ୍ଦ୍ରମନ୍ତ୍ରୀ ରାମ୍‍ଦାସ ଅଠାୱାଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆହ୍ୱାନ ଦେଇଛନ୍ତି। ପୂର୍ବରୁ ସେ ନବୀନଙ୍କୁ ନିବେଦନ କରିଥିଲେ। ଏଥର କିନ୍ତୁ ତାଙ୍କର ଅପିଲ୍‍ ତରିକା ସାମାନ୍ୟ ଭିନ୍ନ ରହିଛି।

୨୦୨୪ ବେଳକୁ ଜାତୀୟ ମେଣ୍ଟରେ ରହିଲେ ନବୀନ ବାବୁ କେବଳ ରାଜନୈତିକ ଫାଇଦା ନୁହେଁ ଆର୍ଥିକ ଦିଗରୁ ବି ତାଙ୍କ ସରକାର ଲାଭବାନ ହେବ। ଓଡ଼ିଶାକୁ କେନ୍ଦ୍ର ସରକାର ପ୍ରାଥମିକତା ଦେବେ। ଫଳରେ ରାଜ୍ୟର ବଜେଟ୍‍ ଆକାର ମଧ୍ୟ ବଢ଼ାଯାଇପାରିବ ବୋଲି ସେ ପ୍ରକାଶ କରିଛନ୍ତି।ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଅଠାୱାଲେ ସୋମବାର ଗଣମାଧ୍ୟମକୁ କହିଛନ୍ତି ଯେ “ଏନ୍‍ଡିଏରେ ପୂର୍ବରୁ ନବୀନ ଥିଲେ। ୨୦୨୪ ନିର୍ବାଚନ ପୂର୍ବରୁ ବି ସେ ରହିବା ଉଚିତ। ମୋର ଆଶା ସେ ଫେରିବେ। ନିକଟରେ ବିହାର ମୁଖ୍ୟମନ୍ତ୍ରୀ ନିତିଶ୍‍ କୁମାର ଏନ୍‍ଡିଏ ଛାଡ଼ିଛନ୍ତି। ହେଲେ ଏନ୍‍ଡିଏ ତାଙ୍କୁ ଛାଡ଼ିନି। ଯଦି ନବୀନ ମେଣ୍ଟରେ ରୁହନ୍ତି ତାହାଲେ ଏନ୍‍ଡିଏ ପୂର୍ବ ରେକର୍ଡକୁ ଭାଙ୍ଗିବ। ଦଳ ୩୫୦ରୁ ଊର୍ଦ୍ଧ୍ଵ ଆସନରେ ବିଜୟ ଲାଭ କରି କ୍ଷମତାରେ ରହିବ।”

ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍‍ ପାସ କରିବାରେ ବିଜେଡି ସୁପ୍ରିମୋଙ୍କ ସମର୍ଥନ ଥିଲା। ତେଣୁ ଏନ୍‍ଡିଏରେ ରହିଲେ ନବୀନ ଲାଭରେ ରହିବେ ବୋଲି ଅଠାୱାଲେ କହିଛନ୍ତି।

Leave a comment