ରାମାୟଣର ସୁଗ୍ରୀବଙ୍କ ପରଲୋକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବହୁ ଚର୍ଚ୍ଚିତ ମେଗା ଟେଲିଭିଜନ ଧାରାବାହିକ ରାମାୟଣରେ ସୁଗ୍ରୀବ ଭୂମିକାରେ ଅଭିନୟ କରିଥିବା ଅଭିନେତା ଶ୍ୟାମ ସୁନ୍ଦରଙ୍କର ପରଲୋକ ଘଟିଛି। ଶ୍ୟାମସୁନ୍ଦରଙ୍କ ନିଧନ ଖବର ପ୍ରଚାରିତ ହେବା ପରେ ଅଭିନୟ ଜଗତରେ ଶୋକର ଛାୟା ଖେଳିଯାଇଛି।

ସୂଚନାଯୋଗ୍ୟ, ରାମାୟଣରେ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋବିଲ ଟ୍ବିଟ କରି ତାଙ୍କ ଅମରଆତ୍ମାର ସଦ୍‌ଗତି କାମନା କରିଛନ୍ତି। ଅରୁଣ ଟ୍ବିଟ୍‌ରେ ଲେଖିଛନ୍ତି, ଶ୍ୟାମ ସୁନ୍ଦରଙ୍କ ପରଲୋକ ଖବର ଶୁଣି ବହୁତ ଦୁଃଖ ଅନୁଭବ କରୁଛି। ସେ ରାମାନନ୍ଦ ସାଗରଙ୍କ ନିର୍ମିତ ରାମାୟଣରେ ସୁଗ୍ରୀମ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲ। ସେ ଅତି ଚମତ୍କାର ବ୍ୟକ୍ତି ଥିଲେ। ତାଙ୍କ ଆତ୍ମାକୁ ଈଶ୍ବର ଶାନ୍ତି ଦିଅନ୍ତୁ।

ସେହିପରି ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରୀ ବି ଟ୍ବିଟ୍‌ କରି ଶୋକ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ଆମ ସହକଳାକାର, ଯିଏ ରାମାୟଣରେ ବାଳୀ ଏବଂ ସୁଗ୍ରୀବ ଭୂମିକା ନିଭାଇଥିଲେ, ତାଙ୍କର ଅଚାନକ ନିଧନ ହେବା ଖବର ଶୁଣି ମୁଁ ମର୍ମାହତ।

ସୂଚନାଯୋଗ୍ୟ, ସୁନୀଲଙ୍କ ତଥ୍ୟ ଅନୁସାରେ ଶ୍ୟାମସୁନ୍ଦର ପିଞ୍ଜୌରର ଲାଲକା ହାଉସିଂବୋର୍ଡ କଲୋନୀରେ ରହୁଥିଲେ। ଅନେକ ଦିନ ଧରି ସେ କର୍କଟ ରୋଗରେ ଆକ୍ରାନ୍ତ ଥିଲେ।

Leave a comment