ରାକ୍ଷୀଙ୍କ ଅଣ୍ଟା ଭାଙ୍ଗିବା ପାଇଁ ତନୁଶ୍ରୀ ଦାୟୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହରିୟାଣା ଠାରେ ଆୟୋଜିତ ସିଏବ୍ଲୁଇ ଚାମ୍ପିୟନସିପ ପରେ ଜଣେ ମହିଳା ରେସ୍ଲର ଡ୍ରାମା କୁଇନ ରାକ୍ଷୀ ସାଓ୍ବନ୍ତଙ୍କୁ ଉଠାଇ ତଳେ କଚାଡି ଦେଇଥିଲେ । ଏଥିରେ ରାକ୍ଷୀଙ୍କ ଅଣ୍ଟା ଭାଙ୍ଗି ଯାଇଥିବାରୁ ସେ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ବି ରାକ୍ଷୀ ନିଜ ହରକତରୁ ବାହାରକୁ ଯାଇନାହାନ୍ତି । ଏବେ ନିଜ ଅସୁସ୍ଥତା ପାଇଁ ସେ ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କୁ ଦାୟୀ କରିଛନ୍ତି । ରାକ୍ଷୀ କହିଛନ୍ତି, ତନୁଶ୍ରୀ ଦତ୍ତଙ୍କଠାରୁ ଟଙ୍କା ନେଇ ମହିଳା ରେସ୍ଲର ଜଣକ ତାଙ୍କୁ କଚାଡି ଦେଇଥିଲେ । ଫଳରେ ତାଙ୍କ ଅଣ୍ଟାରେ ଗଭୀର ଆଘାତ ଲାଗିଛି । ସେ ଭବିଷ୍ୟତରେ ଯେମିତି ଡ୍ୟାନ୍ସ ନ କରିପାରିବେ ଓ ତାଙ୍କ ପ୍ରଶଂସକଙ୍କୁ ଏଣ୍ଟରଟେନ ନ କରିପାରିବେ ସେଥିପାଇଁ ତନୁଶ୍ରୀ ଏମିତି କାମ କରିଛନ୍ତି ବୋଲି ରାକ୍ଷୀ କହିଛନ୍ତି । ସେ ଏହାର ଏକ ଭିଡ଼ିଓ ତିଆରି କରି ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଏ ପର୍ଯ୍ୟନ୍ତ ଏହି ଭିଡିଓ ଉପରେ ତନୁଶ୍ରୀ କୌଣସି ମତ ଦେଇ ନଥିବା ଜଣାପଡିଛି ।

ନିକଟରେ ତନୁଶ୍ରୀ ନାନା ପାଟେକରଙ୍କ ଉପରେ ଆଣିଥିବା ଯୌନ ଶୋଷଣ ଅଭିଯୋଗକୁ ନେଇ ରାକ୍ଷୀ ନାନାଙ୍କ ପକ୍ଷ ନେଇଥିଲେ । ତେଣୁ କିଛିଦିନ ହେବ ଉଭୟଙ୍କ ମଧ୍ୟରେ ଲାଗି ରହିଥିବା ତୁତୁ ମେମେକୁ ନେଇ ଏବେ ରାକ୍ଷୀ ତାଙ୍କ ଅଣ୍ଟା ଭାଙ୍ଗିବା ପାଇଁ ତନୁଶ୍ରୀ ଦାୟୀ ବୋଲି କହିଛନ୍ତି ।

Leave a comment