ରାଜ୍ୟସଭା ନିର୍ବାଚନ : ଆଜିଠୁ ନାମାଙ୍କନପତ୍ର ଦାଖଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ଭାଗରେ ଥିବା ୪ଟି ଆସନ ଖାଲି ପଡୁଛି। ଏହି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠାରୁ ହିଁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ। ମାର୍ଚ୍ଚ ୧୩ ନାମାଙ୍କନ ଦାଖଲର ଶେଷ ତାରିଖ। ୨୬ରେ ନିର୍ବାଚନ । ୧୭ଟି ରାଜ୍ୟର ୫୫ଟି ଆସନ ପାଇଁ ନିର୍ବାଚନ କରିବାକୁ କିଛି ଦିନ ତଳେ ନିର୍ବାଚନ କମିଶନ ଘୋଷଣା କରିଥିଲେ। ସଂଖ୍ୟା ଦୃଷ୍ଟିରୁ ବିଜେଡି ଖାତାକୁ ୩ଟି ରାଜ୍ୟସଭା ଆସନ ଯିବା ନିଶ୍ଚିତ।
ଅନ୍ୟପକ୍ଷରେ, ଚତୁର୍ଥ ଆସନ ପାଇଁ ଟଣାଓଟରା ଲାଗି ରହିଛି। ବିଜେଡି-ବିଜେପି ସହମତିରେ ପ୍ରାର୍ଥୀ ଦେବେ ନା ବିଜେଡି ଏହି ଆସନ ଏକାକୀ ହାସଲ କରିବାକୁ ଚାହିଁବ ତାହା ଦେଖିବା ବାକି ରହିଲା ।

Leave a comment