ଆଦାନୀ ମାମଲାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ, ରାଜ୍ୟସଭାର କାର୍ଯ୍ୟକୁ ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ସ୍ଥଗିତ

ବିରୋଧୀ ସାଂସଦମାନେ ଆଦାନୀ ମାମଲାକୁ ନେଇ ରାଜ୍ୟସଭାରେ ସୋମବାର ପ୍ରବଳ ହଟ୍ଟଗୋଳ କରି ଏକ ଅଡୁଆ ସୃଷ୍ଟି କରିଥିଲେ। ଏହି ସମୟରେ, ବିରୋଧୀଦଳର ଏମ୍ପିମାନେ ରେକର୍ଡରୁ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଭାଷଣର କିଛି ଅଂଶର ହଟାଇବାକୁ ନେଇ ଉତ୍ତେଜିତ ହୋଇ ବାଚସ୍ପତିଙ୍କ ପୋଡିୟମରେ ପହଞ୍ଚିଥିଲେ। ଏହା ପରେ ରାଜ୍ୟସଭାର କାର୍ଯ୍ୟକୁ ୧୩ ମାର୍ଚ୍ଚ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।
ରାଜ୍ୟସଭାରେ ହଟ୍ଟଗୋଳ ସମୟରେ ଏମ୍ପି ରାଘବ ଚାଧା, ସଞ୍ଜୟ ସିଂ, ଇମ୍ରାନ ପ୍ରତାପଗରୀ, ଶକ୍ତି ସିଂ ଗୋହିଲ, ସନ୍ଦୀପ ପଠକ ଏବଂ କୁମାର କେଟକର୍ ବେଲରେ ପହଞ୍ଚିଥିଲେ। ଏହା ପରେ ଅଧ୍ୟକ୍ଷ ସମସ୍ତ ସଦସ୍ୟମାନଙ୍କୁ ଚେତାବନୀ ଦେଇଥିଲେ।