ଥରିଲା ରାଜସ୍ଥାନ

0

ଭୂକମ୍ପରେ ଥରିଲା ରାଜସ୍ଥାନ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ରେକର୍ଡ ହୋଇଛି । ଶନିବାର ଭୋର ୩ଟା ୫୨ ମିନିଟରେ ବିକାନେରର ପଶ୍ଚିମ ଦକ୍ଷିଣ ପଶ୍ଚିମ ଠାରୁ ୩୭୩ କିମି ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଭୂକମ୍ପର ଗଭୀରତା ୭୦ କିଲୋମିଟର ହୋଇଥିବାବେଳେ ଏହାର ଅକ୍ଷାଂଶ ୨୯.୦୨ ରହିଥିବାବେଳେ ଦ୍ରାଘିମା ୬୯.୬୬ ରହିଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ ।

Leave a comment