ରାଜଧାନୀରେ ଜିଅନ୍ତା ଜଳିଲେ ମହିଳା

0

ମଞ୍ଚେଶ୍ବର ଥାନା ପଳାଶୁଣି କପିଳେଶ୍ବର ବିହାରରେ ଅଘଟଣ। ରାତି ଅଧରେ ଲେନ ନମ୍ବର ତିନିରେ ଭଡା ଘରେ ଜିଅନ୍ତା ଜଳିଲେ ମହିଳା। ତେବେ ଜଳିଯାଇଥିବା ମହିଳା ଜଣକ ହେଉଛନ୍ତି ପ୍ରୀତି ପ୍ରଜ୍ଞା ପରିଜା ।
ମହିଳା ଜଣକ ଜଳୁଥିବା ଅବସ୍ଥାରେ ପଡୋଶୀଙ୍କୁ ଉଦ୍ଧାର କରିବା ପାଇଁ ଡାକ ପକାଇଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଛି । ତେବେ ନବ ବିବାହିତ ମହିଳା ଜଣକ ତାଙ୍କ ସ୍ବାମୀ ସହ ଏଠାରେ ରହୁଥିଲେ।

ରାତି ଅଧରେ ବେଡରୁମରେ ପୋଡି ହେବା ପରେ ଘରର ତଳକୁ ଆସି ପଡୋଶୀଙ୍କୁ ଉଦ୍ଧାର ପାଇଁ ନିବେଦନ କରିଥିଲେ। ତେବେ ତାଙ୍କୁ କେହି ପୋଡି ମାରିବାକୁ ହତ୍ୟା ଉଦ୍ୟମ କରିଥିଲେ ନା ଦୁର୍ଘଟଣା ବଶତଃ ନିଆଁ ଲାଗିଛି ପୋଲିସ ଓ ସାଇଣ୍ଟିଫିକ ଟିମ ତନାଘନା କରୁଛି। ମହିଳାଙ୍କ ସ୍ବାମୀଙ୍କ ନାଁ ସତ୍ୟ ପ୍ରକାଶ ନାୟକ ବୋଲି ଜଣାପଡିଛି । ସେ ଏଠାରେ ଓଲା ଡ୍ରାଇଭର ଭାବେ କାମ କରୁଛନ୍ତି । ତେବେ ମହିଳା ଜଣକ ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି ହୋଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ରହିଛି।

Leave a comment