ଆଜିଠୁୁ ଲଦାଖ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ
ଓଡ଼ିଶାଫାଷ୍ଟ (ବ୍ୟୁରୋ): ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜିଠାରୁ ତିନିଦିନିଆ ଲଦାଖ ଗସ୍ତରେ ଯାଇଛନ୍ତି । ସେନାର ସ୍ଥିତି ପରଖିବା ସହିତ ବିଭିନ୍ନ ସଡ଼କ, ବ୍ରିଜର ଉଦଘାଟନ କରିବେ ବୋଲି ଜଣାପଡିଛି । ରାଜନାଥଙ୍କ ସହିତ ସେନା ମୁଖ୍ୟ ଏମଏମ ନର୍ବାଣେ ମଧ୍ୟ ଲଦାଖ ଯାଇଛନ୍ତି । ଗତ କିଛି ମାସ ଧରି ସୀମାରେ ନିଜର ସ୍ଥିତି ମଜଭୁତ କରିବା ପ୍ରୟାସ କରି ଆସୁଛି ଭାରତ । ଏଣୁ ରାଜନାଥଙ୍କ ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ସୀମାରେ ସଡ଼କ ଏବଂ ବ୍ରିଜ୍ ନିର୍ମାଣ କରାଯାଉଛି । ଏହା ଦ୍ୱାରା ସେନାର ଗତିବିଧି ବଢ଼ିବା ସହିତ ଦେଶର ସେନା ମଧ୍ୟ ଶକ୍ତିଶାଳୀ ହୋଇପାରିବ । ସୀମା ବିବାଦଜନିତ ଅଚଳାବସ୍ଥା ପରିପ୍ରେକ୍ଷୀରେ ଭାରତୀୟ ସେନାର ରଣ ପ୍ରସ୍ତୁତି ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ଟିକିନିଖି ଭାବରେ ସମୀକ୍ଷା କରିବେ ବୋଲି ଜଣାପଡିଛି ।