୮ ଜିଲ୍ଲାରେ ୨୭ ପର୍ଯ୍ୟନ୍ତ ବର୍ଷା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମଙ୍ଗଳବାର ରାଜ୍ୟର କଟକ, ଭୁବନେଶ୍ୱର, ବାଲେଶ୍ୱର, କେନ୍ଦୁଝର, ପାରାଦୀପ ଓ ନୟାଗଡ଼ରେ ପ୍ରବଳ ବର୍ଷା ହୋଇଛି। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ୮ଟି ଜିଲ୍ଲାରେ ବର୍ଷା ହେବା ସହ ପାଗ ମେଘୁଆ ରହିବ। ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା ଅନୁଯାୟୀ, ଆସନ୍ତା ୨୫ ଓ ୨୬ ତାରିଖରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ତେଣୁ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆକଳନ ଅନୁଯାୟୀ, ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ସ୍ୱଳ୍ପ ବର୍ଷା, ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ୨୩ରୁ ୨୬ ଯାଏଁ ସ୍ୱଳ୍ପ ଓ ସ୍ଥାନେ ସ୍ଥାନେ ମଧ୍ୟମ ବର୍ଷା ହୋଇପାରେ। ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ ୨୩ରୁ ୨୭ ଯାଏଁ ସ୍ୱଳ୍ପରୁ ମଧ୍ୟମ ବର୍ଷା ସହ ଘଡ଼ଘଡ଼ି ଆଶଙ୍କା ରହିଛି। ଜୁଲାଇ ପ୍ରଥମ ସପ୍ତାହରେ ସାରା ରାଜ୍ୟରେ ଭଲ ବର୍ଷା ସମ୍ଭାବନା ଅଛି।