୧୫ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଉପକୂଳ ଓ ଦକ୍ଷିଣ ଓଡ଼ିଶାର ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଗଜପତି, ଗଂଜାମ, ବାଲେଶ୍ୱର, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ବଲାଂଗୀର, କଳାହାଣ୍ଡି, ଢେଙ୍କାନାଳ, ଭଦ୍ରକ, କନ୍ଧମାଳ, ବୌଦ୍ଧ ,ରାୟଗଡା ଜିଲ୍ଲା ପାଇଁ ଏହି ସତର୍କ ସୂଚନା ଜାରି ହୋଇଛି। ଏହାସହ ଆସନ୍ତାକାଲି ପାଇଁ ରାଜ୍ୟର ୧୨ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେପଟେ ଅକ୍ଟୋବର ମାସ ୯ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କିଛିଦିନ ହେଲା ରାଜ୍ୟରେ ଲାଗି ରହିଥିବା ଲଘୁଚାପ ବର୍ଷା ପାଇଁ ସବୁ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି। ବିପନ୍ନଙ୍କ ପାଇଁ ଆଗୁଆ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି।