ପୁଣି ସକ୍ରିୟ ହେବ ମୌସୁମୀ

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ମୌସୁମୀ ଏକ ପ୍ରକାର ନିଷ୍କ୍ରିୟ ହୋଇଯାଇଛି । ଗତ ଜୁନ ମାସ ଆରମ୍ଭରୁ ୩ୟ ସପ୍ତାହ ପର୍ୟ୍ୟନ୍ତ ଦେଶର ଅଧିକାଂଶ ରାଜ୍ୟରେ ଭଲ ବର୍ଷା ହୋଇଥିବାବେଳେ ମାସ ଶେଷ ବେଳକୁ ବର୍ଷାର ଅଭାବ ଦେଖାଦେଇଛି । ଉଭୟ ଭାରତୀୟ ପାଣିପାଗ ବିଭାଗ ଓ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ରିପୋର୍ଟ ଅନୁସାରେ ଜୁନ ୧୯ରୁ ମୌସୁମୀ ଅଟକି ଯାଇଛି । ଫଳରେ ଦିଲ୍ଲୀ, ହରିୟାଣା, ପଂଜାବ ଆଦିରେ ପୁଣି ଗ୍ରୀଷ୍ମ ପ୍ରବାହ ଦେଖାଦେଇଛି । ତେବେ ଦେଶର ପୂର୍ବ ଓ ପୂର୍ବାତ୍ତର ଭାଗରେ ଭଲ ବର୍ଷା ହୋଇଛି । କିନ୍ତୁ ଗତ କିଛି ଦିନ ହେଲା ଓଡ଼ିଶାରେ ବି ବର୍ଷା ପରିମାଣ କମିଯାଇଛି । ଆସନ୍ତା ୭ ପରେ ସ୍ଥିତିରେ ଉନ୍ନତି ଆସିବା ସହ ମୌସୁମୀ ପୁଣି ସକ୍ରିୟ ହେବ ଓ ଆଗାମୀ ସପ୍ତାହ ବେଳକୁ ଭଲ ବର୍ଷା ହେବ ସ୍ୱାଭାବିକ ବର୍ଷା ହେବ ବୋଲି ସେ କହିଛନ୍ତି ।

Leave a comment