ଖୁସି ଖବର : ରେଳବାଇରେ ୧ ଲକ୍ଷ ୪୦ହଜାର ପଦବୀ ଖାଲି, ଡିସେମ୍ବର ୧୫ରୁ ପରୀକ୍ଷା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତୀୟ ରେଳବାଇରେ ଖାଲି ପହିଥିବା ୧ ଲକ୍ଷ ୪୦ହଜାର ପଦବୀ ପାଇଁ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ଚଳିତବର୍ଷ ଡିସେମ୍ବର ୧୫ରୁ ଭାରତୀୟ ରେଳବାଇରେ ଖାଲିପଡ଼ିଥିବା ପଦବୀଗୁଡିକ ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା କରାଯିବ।

ରେଳବାଇ ପ୍ରାୟ ୩୫ହଜାର ୨୦୮ଟି ଗାର୍ଡ ଓ କିରାଣୀ ଭଳି ପଦବୀ ପୂରଣ କରିବାକୁ ଯାଉଥିବାବେଳେ ୧ ହଜାର ୬୬୩ଟି ମନ୍ତ୍ରଣାଳୟ କର୍ମଚାରୀ ଏବଂ ୧ଲକ୍ଷ ୩ହଜାର ୭୫୯ଟି ଲେବୁଲ-୧ ପଦବୀ ପୂରଣ ପାଇଁ ଲକ୍ଷ୍ୟ ରଖିଛି। ରେଳବାଇ ପକ୍ଷରୁ ୧ ଲକ୍ଷ ୪୦ହଜାର ପଦବୀ ପାଇଁ ବିଜ୍ଞାପନ ଜାରି କରାଯାଇଥିଲା। ଏଥିପାଇଁ ପ୍ରାୟ ୨କୋଟି ୪୦ଲକ୍ଷ ଅଶାୟୀ ଆବେଦନ କରିଥିବା ଜଣାପଡ଼ିଛି।
ରେଳବାଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଏହା କୁହାଯାଇଛି। ଏହି ପରୀକ୍ଷା ପାଇଁ ମାର୍ଗଦର୍ଶିିକା ପ୍ରସ୍ତୁତ ହୋଇଛି। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଗୁଡିକ ପକ୍ଷରୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ଭଳି ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପକୁ ଏହି ମାର୍ଗଦର୍ଶିକାରେ ଅନ୍ତର୍ଭୁକ୍ତ କରାଯାଇଛି। କରୋନା ମହାମାରୀ କଟକଣା ଯୋଗୁଁ ଏଥିପାଇଁ ହେବାକୁ ଥିବା ପରୀକ୍ଷାକୁ ବିଳମ୍ବିତ କରାଯାଇଛି।

Leave a comment