ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ ଗାନ୍ଧୀ

0

ଆସନ୍ତା ମେ’ ୧୩ରେ କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ର ଓ ଏହାର ଅଧୀନରେ ଥିବା ୨୮ ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ଏଠି ୮ ଜିଲ୍ଲାର ୪ ସାଂସଦ ଓ ୨୮ ବିଧାୟକ ପ୍ରାର୍ଥୀଙ୍କ ପ୍ରାଇଁ ପ୍ରଚାର କରିବେ ରାହୁଲ ଗାନ୍ଧୀ । ଏଥିଲାଗି ସେ ଆସନ୍ତା ମେ’ ୩ରେ ରାୟଗଡ଼ା ଆସୁଛନ୍ତି ।

ଏଠାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିବେ । ରାୟଗଡ଼ା ସହର ଉପକଣ୍ଠ ବାଇପାସ୍ଠାରେ ଥିବା ବାରିଝୋଲା ପଡ଼ିଆରେ ସମସ୍ତ ବ୍ୟବସ୍ଥା କରାଯାଇଛି ।

ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି, ନୂଆପଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର ନେତା ଓ କର୍ମୀ ଯୋଗଦେବେ। ୮ ଜିଲ୍ଲାର ୧ ଲକ୍ଷ ଲୋକଙ୍କ ସମାଗମ ପାଇଁ ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି । ଏଥିଲାଗି ଆଜିଠୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା କହିଛନ୍ତି । ରାହୁଲଙ୍କ ପରେ ଆସିବେ ପ୍ରିୟଙ୍କା ଗାନ୍ଧି । ସେ ନବରଙ୍ଗପୁର ଲୋକସଭା କ୍ଷେତ୍ରରେ ଜନସଭାରେ ଯୋଗଦାନ କରିବେ । ଅବିଭକ୍ତ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ପୁଣି ଥରେ କଂଗ୍ରେସ ଦଖଲକୁ ଆଣିବା ପାଇଁ ଗସ୍ତରେ ଆସୁଛନ୍ତି ଏଆଇସିସିର ହେଭିୱେଟ୍ ନେତା । ସେହିଭଳି ଆସନ୍ତା ମେ’ ୮ ତାରିଖରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଆସୁଥିବା ନେଇ ସୂଚନା ଦେଇଛନ୍ତି ଶ୍ରୀ ଉଲ୍ଲାକା ।

Leave a comment