ମରିଯିବି, ଭୁଲ ମାଗିବିନି, ମୋ ନାଁ ରାହୁଲ ସାବରକର ନୁହେଁ”-ରାହୁଲ ଗାନ୍ଧୀ

କଂଗ୍ରେସର ଦେଶ ବଚାଓ ରାଲିକୁ ସମ୍ୱୋଧିତ କରି ରାହୁଲ ଗାନ୍ଧୀ ବିଜେପି ଏବଂ ମୋଦୀ ସରକାର ଉପରେ ଜୋରଦାର ବର୍ଷିଛନ୍ତି । ସେ କହିଛନ୍ତି ବିଜେପି ମୋର ଭାଷଣକୁ ନେଇ କ୍ଷମା ଦାବି କରୁଛି, କିନ୍ତୁ ମୁଁ କ୍ଷମା ମାଗିବିନି । ସାବରକରଙ୍କୁ ଉଲ୍ଲେଖକରି ସେ କହିଛନ୍ତି, ମୁଁ ମରିଯିବି, କିନ୍ତୁ କ୍ଷମା ମାଗିବିନି । ମୋ ନାଁ ରାହୁଲ ସାବରକର ନୁହେଁ, ରାହୁଲ ଗାନ୍ଧୀ । ଉଲ୍ଲେଖଯୋଗ୍ୟ ଯେ ବଳାତ୍କାରକୁ ନେଇ ରାହୁଲଙ୍କ ବୟାନ ବିରୋଧରେ ବିଜେପିର ମହିଳା ସାଂସଦମାନେ ଶୁକ୍ରବାର ଦିନ ସଂସଦରେ ହଙ୍ଗାମା କରିଥିଲେ । ଏହାପରେ ବିଜେପି ନିର୍ବାଚନ ଆୟୋଗରଙ୍କ ଆଗରେ ମଧ୍ୟ ଅଭିଯୋଗ କରିଥିଲା । ରାହୁଲ ଏହା ଉପରେ ଆଜି ଜବାବ ଦେଇଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି ଯେ କ୍ଷମା ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହଙ୍କୁ ମାଗିବା ଦରକାର, ଯେଉଁମାନେ ଅର୍ଥବ୍ୟବସ୍ଥାକୁ ନଷ୍ଟ କରିଛନ୍ତି । ରାହୁଲ କହିଛନ୍ତି ଆସାମ ଏବଂ ପୂର୍ବୋତ୍ତରେ ଏହିମାନେ ନିଆଁ ଲଗାଇଛନ୍ତି । ଦେଶକୁ ଦୁର୍ବଳ କରାଯାଉଛି, ଅର୍ଥବ୍ୟବସ୍ଥାକୁ ନଷ୍ଟ କରାଯାଇଛି । ଏହାସହ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ କହିଛନ୍ତି ମିଡିଆର ସମାଲୋଚନା କରି ପରାମର୍ଶ ଦେଇଛନ୍ତି । ରାହୁଲ କହିଛନ୍ତି ଆମ ସରକାର ସମୟରେ ମିଡିଆ ନିଜର କାମ ଠିକ କରୁଥିଲା, କିନ୍ତୁ ବର୍ତ୍ତମାନ ସମୟରେ ମିଡିଆ ନିଜର କାମ ଭୁଲି ଯାଇଛି । କଂଗ୍ରେସ ନେତା କହିଛନ୍ତି ଯେତେବେଳେ ଆପଣଙ୍କ ଉପରେ ଆକ୍ରମଣ ହେଉଛି, ତାହା ଭାରତର ଆତ୍ମା ଉପରେ ଆକ୍ରମଣ ହେଉଛି ।