ଲିକୁ, ରୁପେଶ ଙ୍କ ସମ୍ପର୍କ କୁ ନେଇ ଉଠିଲା ପ୍ରଶ୍ନ, ନ୍ୟାୟ ଅପେକ୍ଷାରେ ସ୍ମିତାରଣୀ ଙ୍କ ପରିବାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କାହା ଛାତ୍ରଛାୟା ତଳେ ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ ଓରଫ ଲିକୁ ସାହୁ । ଗୋଟିଏ ପରେ ଗୋଟିଏ ବିବାଦ ରେ ଛନ୍ଦି ହୋଇ ଚାଲିଛନ୍ତି ଲିକୁ । ତାଙ୍କର ଖଣି ଦୁର୍ନୀତି ରକାରନାମା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି ଆଉ ଏବେ ସ୍ମିତାରଣୀ ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ ଙ୍କ ସହ ନିବିଡ଼ ସମ୍ପର୍କ ନେଇ ମୋହନ ମାଝୀ ବଦନାମ ହେଲେଣି । ୨୦୧୯ ର ପିଇଓ ସ୍ମିତାରଣୀ ହତ୍ୟାକାଣ୍ଡ ସମଗ୍ର ଯାଜପୁର ଜିଲ୍ଲା କୁ ବଦନାମ କରିଥିଲା ଯାହା ସାରା ଓଡ଼ିଶାରେ ଚର୍ଚ୍ଚାର ଵିଷୟ ହୋଇଥିଲା। ଯାହାକୁ ନେଇ ସେ ସମୟରେ ରାଜନୈତିକ ମହଲରେ ଅନେକ ତୁଙ୍ଗି ତୁଫାନ ହୋଇଥିଲା । ବିଜେଡି ସରକାର ତତକାଳୀନ ସରପଞ୍ଚଙ୍କ ସ୍ୱାମୀ ରୁପେଶ ଭଦ୍ରା କୁ ସ୍ମିତାରଣୀ ହତ୍ୟାକାଣ୍ଡ ରେ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରିଥିଲା । ପରେ ରୂପେଶ ଜାମିନ ରେ ବାହାରିଥିଲେ । ଏବେ ସରକାର ବଦଳିବା ପରେ ସ୍ମିତାରଣୀ ଙ୍କ ସ୍ୱାମୀ ତାଙ୍କ ସ୍ତ୍ରୀ ର ହତ୍ୟାକାଣ୍ଡର ପୁନର୍ବାର ତଦନ୍ତ କରିବାକୁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ଙ୍କୁ ଲିଖିତ ଅନୁରୋଧ କରିଥିଲେ ।

ତେବେ ୬ମାସ ତଳେ ମୁଖ୍ୟମନ୍ତ୍ରୀ ଯାଜପୁର ଗସ୍ତ ରେ ଥିବା ବେଳେ ସ୍ମିତାରଣୀ ହତ୍ୟାକାଣ୍ଡ ରେ ସଂପୃକ୍ତ ଥିବା ସମସ୍ତ ଅପରାଧୀ ଙ୍କୁ ୨୦ ଦିନ ମଧ୍ୟରେ ଗିରଫ କରାଯିବା ନେଇ ଆଶ୍ୱାସନା ଦେଇଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ଏହି ପ୍ରତିଶ୍ରୁତି ପରେ ବିଜେପି ଶିବିରରେ ଖୁବ ଚଂଚକତା ଦେଖାଦେଇଥିଲା । ହେଲେ କିଛିଦିନ ର ବ୍ୟବଧାନ ପରେ ସବୁ ଶିଥିଳ ହୋଇଯାଇଥିଲା । ଏହାର କାରଣ ଧର୍ମଶାଳା ବିଧାୟକ ଲିକୁ ସାହୁ ବୋଲି ଚର୍ଚ୍ଚା ହେଉଛି । ସ୍ମିତାରଣୀ ହତ୍ୟାକାଣ୍ଡ ରେ ସଂପୃକ୍ତ ରୂପେଶ ଭଦ୍ରା ଙ୍କୁ ଲିକୁ ଏବଂ ତାଙ୍କ ମା’ ଙ୍କ ସହ ଅନେକ ଫୋଟୋ ଫ୍ରେମ ରେ ଦେଖିବାକୁ ମିଳୁଛି । ଯାହା ସ୍ମିତାରଣୀ ହତ୍ୟାକାଣ୍ଡ କେସ କୁ ରିଓପେନ କରିବାକୁ ଦେବ ନା ନାହିଁ ତାହାକୁ ନେଇ ଯାଜପୁର ବାସୀ ସନ୍ଦେହ କଲେଣି । ଯଦି ଲିକୁ ଙ୍କ ପାଇଁ ଏହି କେସ କୁ ଚାପି ଦିଆଯାଏ ତେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ପ୍ରତିଶ୍ରୁତି ଧୂଆଁବାଣ ସାଜିବ । ଲିକୁ ଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସିଧାସଳଖ ବଦନାମ ହେବେ ବୋଲି ରାଜନୈତିକ ବିଶେଷଜ୍ଞ ମତପ୍ରକାଶ କରିଛନ୍ତି। ସେହିପରି ଯଦି ଲିକୁ ସାହୁ ବିନା ସର୍ତ୍ତ ରେ ମୋହନ ସରକାର ଙ୍କୁ ସମର୍ଥନ କରଛନ୍ତି ତେବେ କାହାକୁ ସୁରକ୍ଷା ଦେବାକୁଯାଇ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କୁ ଧୂଆଁବାଣ କରାଯାଉଛି ସାଧାରଣ ରେ ପ୍ରଶ୍ନ ଉଠୁଛି ।

ସୂଚନା ଅନୁଯାୟୀ, ୨୦୧୯ ଅକ୍ଟୋବର ୧୬ ତାରିଖରେ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ ଦେହ ତତକାଳୀନ ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ଗେଷ୍ଟହାଉସର ବାଥରୁମରୁ ମିଳିଥିଲା । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଥିଲା । ରୂପେଶ ବିଜେଡି ନେତା ତଥା ତତକାଳୀନ ବିଧାୟକଙ୍କ ଛତ୍ରଛାୟାରେ ଥିବାରୁ ତାଙ୍କୁ ଗିରଫ କରାଯାଇଥିଲା ସତ, ଘଟଣା ଶାନ୍ତ ପଡିବା ପରେ ରୁପେଶ ଙ୍କୁ ହାଇକୋର୍ଟରୁ ଜାମିନ ରେ ମୁକୁଳିଥିଲେ ।

Leave a comment