ଶ୍ରୀମନ୍ଦିରରେ ସେବାୟତ ମୁହାଁମୁହିଁ, ଯାତ୍ରୀ ସହାୟକ ଆହାତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜି ସକାଳେ ଶ୍ରୀମନ୍ଦିର ପରିସରରେ ଅଭାବନୀୟ ଘଟଣା ଘଟିଛି । ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିୟୋଜିତ ଜଣେ ଯାତ୍ରୀ ସହାୟକଙ୍କୁ ସେବାୟତଙ୍କ ମାଡ଼ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ସହାୟକ ଜଣକ ମେଡିକାଲରେ ଭର୍ତ୍ତୀ ହୋଇଛନ୍ତି।

ସୁଚନା ଅନୁସାରେ, ଦକ୍ଷିଣ ଦ୍ୱାର ପରିବର୍ତ୍ତେ ସେବାୟତ ଜଣକ ଉତ୍ତରଦ୍ୱାରରେ କୁଡୁଆ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ କରାଉଥିଲେ। ତେବେ ଏହି କଥାକୁ କେନ୍ଦ୍ରକରି ଦୁଇ ଜଣଙ୍କ ମଧ୍ୟରେ ବଚଶା ହୋଇଥିଲା । ଏଥିରେ ସେବାୟତ ଜଣକ ଉତ୍ୟକ୍ତ ହୋଇ ଯାତ୍ରୀ ସହାୟକଙ୍କ ମୁଣ୍ଡରେ କୁଡୁଆ ଛେଚି ଦେଇଥିବା ଅଭିଯୋଗ ହୋଇଛି। ଆହତ ଯାତ୍ରୀ ସହାୟକଙ୍କ ନାଁ ଦାମୋଦର ଗୋଚ୍ଛିକାର। ତେବେ ସେବାୟତ ରାମକୃଷ୍ଣ ଖୁଣ୍ଟିଆଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

Leave a comment