ଭଉଁରୀ ତିଥିରେ ‘ଚକ-ଅଖ’ ଡେରା ଅନୁକୂଳ ନୀତି ସମ୍ପର୍ଣ୍ଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଜ୍ୟେଷ୍ଠ କୃଷ୍ଣ ନବମୀ ତିଥିରେ ଭଉଁରୀ ଯାତ୍ରା ଅବସରରେ ମହାପ୍ରଭୁଙ୍କ ସକାକ ଧୂପ ପରେ ରଥ ଖଳା ଠାରେତିନୋଟି ଅଖ ସହ ଛଅଗୋଟି ଚକସଂଯୋଗ ପୂର୍ବକ ଆଜିର ଚକ ଅଖ ଡେରା ନୀତି ସମ୍ପର୍ଣ୍ଣ ହୋଇଅଛି । ଆଜି ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ଅବସରରେ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ପ୍ରାତଃ ଘ.୫.୧୫ ରେ ହୋଇ,ଭିରର ଶୋଧ ପରେ, ମଙ୍ଗଳ ଆଳତି ପ୍ରାତଃ ଘ.୫.୫୫ ରେ ବଢି ମହାପ୍ରଭୁଂଙ୍କ ପରବର୍ତ୍ତୀ ନୀତି ମାନ ବଢି, ଶ୍ରୀଜୀଉମାନଙ୍କ ସକାଳ ଧୂପ ଘ.୧୦.୨୫ ରେ ଶେଷ ହୋଇ ଘ.୧୦.୫୦ ରେ ତିନି ଜଣ ପୂଜାପଣ୍ଡା ସାମନ୍ତେ ଆଜ୍ଞାମାଳ ଧରି ପଟୁଆର ରେ ଆସି ରଥଖଳା ରେ ପହଂଚି ଥିଲେ, ପ୍ରଥମେ ତିନି ବାଡ଼ର ପୂଜା ପଣ୍ଡା ସାମନ୍ତ ଶ୍ରୀନହରକୁ ଯାଇ ନିର୍ଦ୍ଦେଶ ପାଇବାପରେ ସେଠାରୁ ଫେରି ତିନି ବାଡ଼ର ପୂଜାପଣ୍ଡା ସାମନ୍ତ ତିନି ରଥର ମୁଖ୍ୟ ବିଶ୍ୱକର୍ମାଙ୍କୁ ଆଜ୍ଞାମାଳ ପ୍ରଦାନ ପରେ ଭୋଇ ସେବକମାନେ ତିନି ରଥର ଗୋଟିଏ ଲେଖାଏଁ ଅଖ ସହ ଦୁଇଟି ଲେଖାଁଏ ଚକ ଡେରା କାର୍ଯ୍ୟ ସମ୍ପର୍ଣ୍ଣ କରି ଥିଲେ ଏହି କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଆରକ୍ଷୀ ଅଧୀକ୍ଷକ, ଶ୍ରୀମନ୍ଦିର ଉନୟନ ପ୍ରଶାସକ, ଶ୍ରୀମନ୍ଦିର ନୀତି ପ୍ରଶାସକ ଙ୍କ ସମେତ ବରିଷ୍ଠ ଅଧିକାରୀ, ବରିଷ୍ଠ ସେବାୟତ ମାନେ ଉପସ୍ଥିତ ଥିଲେ ।